ଡାକ୍ତରୀ ପଢ଼ା ପାଇଁ ଅର୍ଥ ସାଜିବନି ବାଧକ, ପୁରୀର ବୈକୁଣ୍ଠଙ୍କୁ ସହଯୋଗର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

0 65

ପୁରୀ, ୧୨ା୧୨(ଡିକେ ନ୍ୟୁଜ): ଡାକ୍ତରୀ ପଢ଼ିବା ପାଇଁ ଜଣେ ଗରିବ ଛାତ୍ରଙ୍କୁ ସହଯୋଗର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡାକ୍ତରୀ ପଢ଼ିବା ପାଇଁ ଅର୍ଥ ସାଜିଥିଲା ବାଧକ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ପୁରୀ ଜିଲ୍ଲାର ବୈକୁଣ୍ଠ ସେଠୀଙ୍କୁ ରାଜ୍ୟ ସରକାର ସହଯୋଗର ହାତ ବଢାଇଛନ୍ତି । ପାଠପଢ଼ା ପାଇଁ ସମସ୍ତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି ବୌକୁଣ୍ଠ ସେଠୀ । ପୁରୀ ଜିଲ୍ଲା କଣାସ ବ୍ଲକ ତେଲଙ୍ଗାପଡ଼ାର ବୈକୁଣ୍ଠ ସେଠୀ ନିଟରେ୍‌ ଉତ୍ତୀର୍ଣ୍ଣ ହେବା ପରେ ଫକୀର ମୋହନ ମେଡିକାଲ କଲେଜରେ ଆଡମିଶନ ପାଇଁ ସୂଚନା ଆସିଥିଲା । ଦିନ ମଜୁରିଆ ପରିବାରର ବୈକୁଣ୍ଠ ବହୁ କଷ୍ଟରେ ଆଡମିଶନ କରିଥିଲେ ମଧ୍ୟ ପାଠପଢ଼ା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ରେ ଅକ୍ଷମ ହେବା ପରେ ସୋସିଆଲ ମିଡିଆରେ ସହଯୋଗ ଲୋଡିଥଲେ । ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବାକୁ ଏସ୍‌ସି/ଏସ୍‌ଟି ଡେଭଲପମେଣ୍ଟ ିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପକ୍ଷରୁ ବୈକୁଣ୍ଠଙ୍କୁ ଯୋଗାଯୋଗ କରି ସରକାରଙ୍କ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।

Leave A Reply

Your email address will not be published.