୩ ଦିନ ପରେ ଖସିବ ପାରଦ ରାଜ୍ୟରେ ପୁଣି ବଢ଼ିବ ଶୀତ

0 45

ଭୁବନେଶ୍ୱର, ୧୨ା୧୨(ଡିକେ ନ୍ୟୁଜ): ୩ ଦିନ ପରେ ପୁଣି ପାରଦ ଖସିବ ଓ ଶୀତ ବଢ଼ିବ । ବାତ୍ୟା ମାଣ୍ଡୋସ୍‌ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହୋଇଯାଇଛି । ତେଣୁ ଶୀତ କମିଛି । ଆସନ୍ତା ୩ ଦିନ ଏମିତି ସ୍ଥିତି ଜାରି ରହିବା ପରେ ପୁଣି ଶୀତ ଫେରିବ । ତାପମାତ୍ରା ପାଖାପାଖି ୩ ଡିଗ୍ରି ଯାଏ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ର କହିଛି, ମାଣ୍ଡୋସ୍‌ ରବିବାର ଦିନ ଦୁର୍ବଳ ହୋଇ ଲଘୁ·ପରେ ପରିଣତ ହୋଇଛି । ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓ ଉତ୍ତର କେରଳ ପାଖାପାଖି ଏହା ଆହୁରି ଅସ୍ପଷ୍ଟ ହୋଇଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସେହି ସମାନ ଅଞ୍ଚଳରେ ରହିଥିବା ବେଳେ ସମୁଦ୍ର ପତ୍ତନଠାରୁ ୫.୮ କିମି ଯାଏ ପରିବ୍ୟାପ୍ତ ହୋଇଛି । ଏହା ପ୍ରଭାବରେ ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଆସନ୍ତା ୧୩ତାରିଖ ବେଳକୁ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେ ଧୀରେ ପଶ୍ଚିମ ଓ ଉତ୍ତର- ପଶ୍ଚିମ ଦିଗରେ ଗତି କରି ଭାରତ ଉପକୂଳରୁ ଦୂରେଇଯିବ । ତେଣୁ ଓଡ଼ିଶା କିମ୍ବା ଭାରତ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ । ଅପରପକ୍ଷେ ମାଣ୍ଡୋସ୍‌ ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଆଦି ଅଞ୍ଚଳର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଯାଇଛି । ଆଜିଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଆକାଶ ନିର୍ମଳ ରହିବ । ରାଜଧାନୀ ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ତାପମାତ୍ରା ସର୍ବାଧିକ ୨୯ଡିଗ୍ରି ଓ ସର୍ବନିମ୍ନ ୧୭ଡିଗ୍ରି ମଧ୍ୟରେ ରହିବ ।

Leave A Reply

Your email address will not be published.