ଏଲ୍‌ଏସିରେ ପୁଣି ଭାରତ-ଚୀନ୍‌ ସୈନ୍ୟ ମୁହାଁମୁହ

0 61

ନୂଆଦିଲ୍ଲୀ, ୧୨ା୧୨: ଚାଇନାର ବିସ୍ତାରବାଦ ନୀତିକୁ ଭାରତ ଜୋରଦାର ବିରୋଧ କରିବାରୁ ସ୍ଥିତି ଦିନକୁ ଦିନ ବିଗୁଡ଼ୁଛି । ଉଭୟ ପକ୍ଷ ସୀମାରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ କରିବା ସହ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛନ୍ତି । ପୁଣି ସୀମାରେ ·ଇନା ସେନା ବଦମାସି କରିଛି । ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ସେନା ଓ ·ଇନା ସେନା । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ କେତେକ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡ଼ିଛି । ଗତ ଡିସେମ୍ବର ୯ ତାରିଖରେ ଏହି ଘଟଣା ଘଟିଛି । ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ୟାଙ୍ଗଷ୍ଟେ ଏରିଆରେ ଏହି ଘଟଣା ଘଟିଛି । ଭାରତୀୟ ସୈନ୍ୟଙ୍କ ପ୍ରତି ଜବାବରେ କିଛି ·ଇନା ସୈନ୍ୟ ମଧ୍ୟ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଜୁନ୍‌ ୨୦୨୨ରେ ଲଦାଖର ଗଲୱାନରେ ଭାରତ ଓ ·ଇନା ସେନା ମୁହାଁମୁହିଁ ହେବା ପରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିଲା । ୨୦୧୭ ଅଗଷ୍ଟରେ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦଠାରେ ଭାରତ ଓ ·ଇନା ସେନା ମଧ୍ୟରେ ଅନୁରୂପ ମୁଥ ମରାମରି ହୋଇଥିଲା । ସାମରିକ ପ୍ରୋଟୋକଲ୍‌ ଅନୁଯାୟୀ ଯବାନମାନେ ଆପୋସ ବୁଝାମଣାରେ ଏହାର ସମାଧାନ କରିଥିଲେ । ଦୁଇଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ରହିଛି । ଭାରତର କେତେକ ଅଞ୍ଚଳକୁ ·ଇନା ନିଜର ବୋଲି ଦାବି କରିଆସୁଛି । ଏହାକୁ ନେଇ ବେଳେବେଳେ ଦୁଇଦେଶର ସେନା ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ସୂଚନାଯୋଗ୍ୟ ୨୦୧୭ରେ ଡୋକଲାମଠାରେ ଭାରତ ଓ ·ଇନା ସେନାଙ୍କ ମଧ୍ୟରେ ସୀମାକୁ ନେଇ ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ପରିସ୍ଥିତ ଲାଗି ରହିଥିଲା । ସେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ପ୍ରକାଶ ପାଇଥିଲା । ଭାରତ ଓ ·ଇନା ମଧ୍ୟରେ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ରହିଛି । ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ·ଇନା ଏହାକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ଦାବି କରିଆସୁଛି । ଉଭୟ ଦେଶରେ ମଧ୍ୟ ସୀମାକୁ ନେଇ ବିବାଦ ଲାଗିରହିଛି ।

Leave A Reply

Your email address will not be published.