ମହାନଦୀ ପଠାର ଶୋଭାବର୍ଦ୍ଧନ କରୁଛନ୍ତି ବିଦେଶୀ ଅତିଥି

0 63

କଟକ,୧୨ା୧୨(ଡିକେ ନ୍ୟୁଜ): ପୃଥିବୀରୁ ବିଲୁପ୍ତ ପ୍ରାୟ ବିରଳ ଚଢେଇଙ୍କର ଏବେ ପସନ୍ଦର । ସସ୍ଥାନ ପାଲଟିଛି ମୁଣ୍ଡଳୀର ମହାନଦୀ ପଠା । ବିଲୁପ୍ତ ପ୍ରାୟ ଇଣ୍ଡିଆନ ସ୍କିମର୍‌ ପ୍ରଜାତିର ଚଢେଇ ଏବେ ମୁଣ୍ଡଳୀ ନିକଟ ମହାନଦୀ ପଠାକୁ ମାଇଗ୍ରେଟରୀ ବାର୍ଡ ଭାବେ ଆସୁଛନ୍ତି । ଏହାସହ ଏହି ବିରଳ ପ୍ରଜାତିର ଚଢେଇ ମହାନଦୀ ପଠାରେ ଅଣ୍ଡା ଦେଇ ବଂଶ ବିସ୍ତାର ମଧ୍ୟ କରୁଛନ୍ତି । ଯାହା ବିଦେଶର ପକ୍ଷୀ ଗଷେକ ମାନଙ୍କୁ ଆକର୍ଷିତ କରୁଛି । କଟକର ମୁଣ୍ଡଳୀ ନିକଟ ମହାନଦୀ ପଠା ଏବେ ନୂଆ ସମ୍ଭାବନା ସୃଷ୍ଟି କରିଛିୟ । ନଦୀ ବାଲିରେ ଅଣ୍ଡାରୁ ବାହାରିଥିବା ଏଇ ଛୋଟ ଛୋଟ ଚଢେଇ ଛୁଆ ଏଭଳି ନୂଆ ସମ୍ଭାନାର ଆଶା ସଞ୍ଚାର କରିଛନ୍ତି । ଏଇ ଛୋଟ ଛୋଟ ଚଢେଇ ଛୁଆ ହେଉଛନ୍ତି ବିଲୁପ୍ତ ପ୍ରାୟ ଇଣ୍ଡିଆନ ସ୍କିମର ପ୍ରଜାତିର ଚଢେଇ । ଦେଶାନ୍ତର ଗମନ କରି ଏହି ବିରଳ ଇଣ୍ଡିଆନ ସ୍କିମର୍‌ ଅଷ୍ଟ୍ରେଲିଆରୁ ଆସି ମୁଣ୍ଡଳୀ ନିକଟ ମହାନଦୀ ପଠାରେ ପହଞ୍ଚିଛନ୍ତି ।
ପ୍ରଥମେ ଛଅ ବର୍ଷ ତଳେ ଇଣ୍ଡିଆନ ସ୍କିମର୍‌ ମୁଣ୍ଡଳୀ ନିକଟରେ ନଜରକୁ ଆସିଥିଲେ । ଏବେ ଏହି ବିରଳ ଇଣ୍ଡିଆନ ସ୍କିମରଙ୍କ ସଂରକ୍ଷଣ ପାଇଁ ବନ ବିଭାଗ ତତ୍ପରତା ପ୍ରକାଶ କରିଛି । ମୁଣ୍ଡଳୀର ଯୁକ ମାନସେ ହେରା ପ୍ରଥମେ ମୁଣ୍ଡଳୀରେ ଇଣ୍ଡିଆନ ସ୍କିମରଙ୍କୁ ଠାବ କରିଥିଲେ । ଏ ସମ୍ପର୍କରେ ସେ ବନ ବିଭାଗକୁ ଜଣାଇା ପରେ ବିଭାଗ ତାଙ୍କୁ ଏହି ବିରଳ ଚଢେଇର ସଂରକ୍ଷଣ ପାଇଁ ଠିକାରେ ନିଯୁକ୍ତି ଦେଇଛନ୍ତି । ସେପଟେ ଶୀତ ଆସି ପହଞ୍ଚି ଗଲେ ଇଣ୍ଡିଆନ ସ୍କିମରଙ୍କ ସହ ହୁ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହୁଏ ମୁଣ୍ଡଳୀରେ । ମୁଣ୍ଡଳୀରେ ରଙ୍ଗ ରେଙ୍ଗ ଚଢେଇ ଦେଖିବା ପାଇଁ ଲୋକଙ୍କ ଭିଡ ମଧ୍ୟ ଜମିଥାଏ । ଇଂଲଣ୍ଡ, ଅଷ୍ଟ୍ରେଲିଆ ଆଦି ଦେଶର ଅନେକ ପକ୍ଷୀ ଗଷେକ ଏେ ମୁଣ୍ଡଳୀରେ ପହଞ୍ଚି ଇଣ୍ଡିଆନ ସ୍କିମର୍‌ଙ୍କ ନୂଆ ଠିକଣା ସମ୍ପର୍କରେ ଅଧିକ ଗଷେଣା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.