ବ୍ୟାନ୍‌ ହେଇପାରେ ସିଙ୍ଗଲ ସିଗାରେଟ୍‌

0 66

ନୂଆଦିଲ୍ଲୀ: ଏବେ ଦୋକାନରୁ ଆଉ ମାତ୍ର ଗୋଟିଏ ସିଗାରେଟ୍‌ କିଣିପାରିବେ ନାହିଁ । ଖୁବ୍‌ଶୀଘ୍ର ଖୋଲାରେ ସିଗାରେଟ୍‌ ବିକ୍ରି ଉପରେ ବ୍ୟାନ୍‌ ଲଗାଇପାରନ୍ତି କେନ୍ଦ୍ର ସରକାର । ତମାଖୁ ସାମଗ୍ରୀର ବ୍ୟବହାରକୁ ରୋକିବା ପାଇଁ ସିଙ୍ଗଲ ସିଗାରେଟ୍‌ ବିକ୍ରି ଉପରେ ରୋକ୍‌ ଲଗାଇବାକୁ ସଂସଦର ସ୍ଥାୟୀ କମିଟି ସୁପାରିଶ କରିଛି । ଏନେଇ କମିଟି ତର୍କ ରଖିଛି ଯେ ତମାଖୁ ନିୟନ୍ତ୍ରଣ ଅଭିଯାନରେ ଖୋଲା ସିଗାରେଟ୍‌ ବିକ୍ରି ବାଧକ ସାଜିଛି । ତେଣୁ ଏହାକୁ ବ୍ୟାନ୍‌ କରିବା ସହ ଦେଶରେ ସମସ୍ତ ବିମାନବନ୍ଦରରେ ସ୍ୱତନ୍ତ୍ର ସ୍ମୋକିଂ ଜୋନ କରିବାକୁ ସୁପାରିଶ କରିଛି କମିଟି । ଯଦି କେନ୍ଦ୍ର ସରକାର କମିଟିର ପ୍ରସ୍ତାବ ଉପରେ କାର୍ଯ୍ୟ କରନ୍ତି ତେବେ ସଂସଦରେ ଖୋଲାରେ ସିଗାରେଟ୍‌ ବିକ୍ରି ଓ ଉତ୍ପାଦନ ଉପରେ ବ୍ୟାନ୍‌ ଲାଗିବ । ଏପରି ଏକ ସ୍ଥିତି ୩ ବର୍ଷ ତଳେ ଦେଖିବାକୁ ମିଳିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୁପାରିଶ କ୍ରମେ ଦେଶରେ ଇ-ସିଗାରେଟର ବ୍ୟବହାର ଉପରେ ରୋକ ଲଗାଇ ଦିଆଯାଇଥିଲା । ସ୍ଥାୟୀ କମିଟିର ତର୍କ ଅନୁସାରେ ଜିଏସ୍‌ଟି ଲାଗୁ ହେବା ପରେ ବି ତମାଖୁ ସାମଗ୍ରୀ ଉପରେ ଆଖିଦୃଶିଆ କର ବଢ଼ିଲା ନାହିଁ । ତମାଖୁ ଓ ଆଲକହଲର ବ୍ୟବହାର କର୍କଟ ରୋଗର ସଂଖ୍ୟା ବଢ଼ାଉଛି ।

Leave A Reply

Your email address will not be published.