ବଢ଼ୁଛି ଭାରତୀୟ ସେନାର ଦବ୍‌ଦବା ଲାଙ୍ଗୁଡ ଜାକିବାକୁ ବାଧ୍ୟ ହେଲା ଡ୍ରାଗନ୍‌

0 68

ନୂଆଦିଲ୍ଲୀ, ୧୩ା୧୨: ତୱାଙ୍ଗରେ ତାଉ ଦେଖାଇଲା ଭାରତୀୟ ସେନା । ନିଜ ପୋଷ୍ଟକୁ ଫେରିବାକୁ ବାଧ୍ୟ ହେଲା ଚୀନ୍‌ । ଭାରତୀୟ ସେନାଙ୍କୁ ସାମ୍‌ନା କରିନପାରି ଲାଙ୍ଗୁଡ଼ ଜାକିଲା ଡ୍ରାଗନ୍‌ । ହାତାହାତି ପରେ ୩୦୦ ଚୀନ୍‌ ସୈନ୍ୟ ନିଜ ପୋଷ୍ଟକୁ ଫେରିବାକୁ ବାଧ୍ୟ ହେଲେ । ତୱାଙ୍ଗ ସଂଘର୍ଷ ପରେ ଆଜି ସଂସଦରେ ଏଭଳି ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଗତ ଡିସେମ୍ବର ୯ ତାରିଖରେ ତୱାଙ୍ଗ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲା ଚୀନର ଡ୍ରାଗନ ସେନା । ଏଲଏସିରେ ସୀମାରେଖା ପରିବର୍ତ୍ତନ କରିବାକୁ ପ୍ରୟାସ କରିଥିଲା । କିନ୍ତୁ ବୀର ଭାରତୀୟ ଯବାନଙ୍କ ସାହସିକତା ଆଗରେ ହାର ମାନି ପଛଘୁଞ୍ଚା ଦେଇଥିଲା ଡ୍ରାଗନ ବାହିନୀ । ଭାରତୀୟ ଯବାନ ଦୃଢତାର ସହ ମୁକାବିଲା କରି ଡ୍ରାଗନ ବାହିନୀକୁ ପଛକୁ ହଟିବାକୁ ବାଧ୍ୟ କରିଥିଲେ । ଏହି ସମୟରେ ଉଭୟ ଦେଶର ସେନା ଯବାନଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା । ଉଭୟ ଦେଶର ଯବାନ ଏଥିରେ ଆହତ ହୋଇଥିଲେ । ତେବେ କୌଣସି ଭାରତୀୟ ଯବାନ ସହିଦ ହୋଇନାହାନ୍ତି କି ଏଥିରେ କେହି ଗୁରୁତର ମଧ୍ୟ ହୋଇନାହାନ୍ତି । ତେବେ ଏହି ଘଟଣା ପରେ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ଏକ ଫ୍ଲାଗ ମିଟିଂ ଜରିଆରେ ଏହି ଘଟଣା ଉପରେ ଆଲୋଚନା ହୋଇଛି । ରାଜନାଥ ସିଂ ସଂସଦରେ ଆହୁରି ମଧ୍ୟ କହିଛନ୍ତି ଦେଶର ଅଖଣ୍ଡତା ଓ ସୀମାର ସୁରକ୍ଷା ପାଇଁ ଭାରତୀୟ ସେନା ପୂରା ପ୍ରତିବଦ୍ଧ । ଆଉ ଏଭଳି ଅତିକ୍ରମଣକୁ ରୋକିବାକୁ ସର୍ବଦା ତତ୍ପର । ଯବାନଙ୍କ ସାହସିକତାକୁ ଆମ ସଂସଦ ଏକ ସ୍ୱରରେ ସମର୍ଥନ ଦେବ ବୋଲି ବିଶ୍ୱାସ । ଏହାସହ ପୁନର୍ବାର ଯେପରି ଏହି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ଚୀନକୁ କଡା ଚେତାବନୀ ମଧ୍ୟ ଦିଆଯାଇଛି ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ କୁହାଯାଇଛି । ଅନ୍ୟପଟେ ଚୀନ ସନାର ଉତ୍ପାତ ପରେ ଅରୁଣାଚଳପ୍ରଦେଶ ଆକାଶ ସୀମାରେ ଆକ୍ଟିଭ୍‌ କମ୍ବାଟ୍‌ ଏୟାର୍‌ ପାଟ୍ରୋଲିଂ ଆରମ୍ଭ କରିଛି ଭାରତୀୟ ବାୟୁସେନା । ଚୀନ ପକ୍ଷରୁ ହେଉଥିବା ବାୟୁକ୍ଷେତ୍ର ଉଲ୍ଲଂଘନକୁ ରୋକିବା ପାଇଁ ଭାରତୀୟ ବାୟୁସେନା ଏହି ପଦକ୍ଷେପ ଗ୍ରହଣ କରିଛି । ମଙ୍ଗଳବାର ଦିନ ଏ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଚୀନ ସେନାର ବାୟୁକ୍ଷେତ୍ର ଉଲ୍ଲଂଘନକୁ ରୋକିବାକୁ ଭାରତୀୟ ବାୟୁସେନାର ଲଢୁଆ ବିମାନ ୨-୩ ଥର ଆକାଶ ସୀମାରେ ପଇନ୍ତରା ମାରିଛି । ଅରୁଣାଚଳପ୍ରଦେଶର ଏଲ୍‌ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଭାରତ ଏବଂ ଚୀନ୍‌ ସେନା ମୁହାଁମୁହିଁ ହେବା ପରେ ଭାରତୀୟ ବାୟୁସେନା ଏପରି ନିଷ୍ପତ୍ତି ନେଇଛି । ସୋମବାର ଦିନ ଜଣାପଡ଼ିଲା ଯେ ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଚୀନ୍‌ ସୈନିକମାନେ ପ୍ରଥମେ ଏଲ୍‌ଏସି ଅତିକ୍ରମ କରିବା ପରେ ଭାରତୀୟ ସୈନିକ ଏହାର କଡ଼ା ଜବାବ ଦେଇଥିଲେ । ସଂଘର୍ଷ ଯୋଗୁଁ ଉଭୟ ଭାରତ ଏବଂ ଚୀନର କିଛି ସୈନିକ ଆହତ ହୋଇଛନ୍ତି । ତେବେ ଉଭୟ ଭାରତ ଏବଂ ଚୀନ୍‌ ତୁରନ୍ତ ଏହି ସ୍ଥାନରୁ ସେନା ପ୍ରତ୍ୟାହାର କରିନେଇଥିଲେ । ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଓ ·ଇନା ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷକୁ ନେଇ ମୁହଁ ଖୋଲିଛି ବେଜିଂ । ଡିସେମ୍ବର ୯ ତାରିଖରେ ଉଭୟ ଦେଶର ସେନା ଏଲଏସି ନିକଟରେ ମାରପିଟ୍‌ ହୋଇଥିଲେ । ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ·ଇନା ସରକାର ସୀମାରେ ସବୁକିଛ ିର ରହିଥିବା କହିଛନ୍ତି । ·ଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନ୍‌ବିନ କହିଛନ୍ତି, ଆମେ ଯାହା ବର୍ତ୍ତମାନ ଯାଏ ବୁଝିଛୁ ·ଇନା-ଭାରତ ସୀମାରେ ପରିସ୍ଥିତି ସଂପୂର୍ଣ୍ଣ ଭାବେ ସ୍ଥିର ରହିଛି । ଦୁଇଦେଶ ମିଳିତ ଭାବେ ସୀମା ପ୍ରସଙ୍ଗରେ ନିୟମିତ ଭାବେ କୂଟନୀତିକ ଓ ମିଲିଟାରୀ ଚ୍ୟାନେଲ୍ସଗୁଡ଼ିକ ଜରିଆରେ ଆଲୋଚନା କରୁଛନ୍ତି । ତେଣୁ ଏହାକୁ ନେଇ କେହି କିଛି ଚିନ୍ତା କରିବା ଆବଶ୍ୟକ ନାହିଁ ।

Leave A Reply

Your email address will not be published.