ସୁରଟରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି ପ୍ରେମିକାକୁ ୪୯ଥର ଛୁରି ଭୂସି ହତ୍ୟା

0 76

ସୁରଟ/ଭୁବନେଶ୍ୱର, ୧୫ା୧୨(ଡିକେ ନ୍ୟୁଜ): ଯାହାକୁ ନିଜଠୁ ଅଧିକ ବିଶ୍ୱାସ କରିଥିଲେ, ଯାହା ପାଇଁ ପରିବାର ଛାଡ଼ି ଚାଲିଆସିଥିଲେ, ଦିନେ ସେ ହିଁ ଜୀବନ ନେଇଗଲା । ଗୁଜରାଟ ସୁରଟରେ ଶ୍ରଦ୍ଧା ୱାକର ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ଶ୍ରଦ୍ଧା ହତ୍ୟାକାଣ୍ଡ ମନରୁ ନ ଲିଭୁଣୁ ପୁଣି ସମାନ ଅପରାଧ ସୁରଟରେ ଘଟିଛି । ବିବାହ କରିବାକୁ ବାଧ୍ୟ କରିବାରୁ ପ୍ରେମିକାକୁ ଅତି ନୃସଂଶ ଭାବେ ହତ୍ୟା କରିଛି ଜହ୍ଲାଦ ପ୍ରେମିକ । ଏହି ଘଟଣା ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ମୃତା ମହିଳା ହେଲେ ଭୁବନେଶ୍ୱର ଲୁନି ଦାସ । ଜହ୍ଲାଦ ପ୍ରେମିକ ଜଗନ୍ନାଥ ଗଉଡ଼କୁ ସୁରଟ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ରହୁଥିବା ଲୁନି ଦାସଙ୍କ ସହ ଜଗନ୍ନାଥର ତିନିବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । ବିବାହ ପାଇଁ କହିବାରୁ ଲୁନିଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଜଗନ୍ନାଥ । ପରେ ଦୁହେଁ ଭବନେଶ୍ୱରରୁ ପୁରୀ-ଅହମ୍ମଦାବାଦ ଟ୍ରେନରେ ସୁରଟ ·ଲିଯାଇଥିଲ । ଷ୍ଟେସନରୁ ଓହ୍ଲାଇବା ପରେ ଲୁନିକୁ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଜଗନ୍ନାଥ । ସୁରଟ ଅଞ୍ଜଳି ଶିଳ୍ପାଞ୍ଚଳରେ ଥିବା ଏକ ପୋଖରୀରୁ ଲୁନିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ୫ଶହ ସିସିଟିଭି ଓ କଲ୍‌ ରେକର୍ଡ ଯାଞ୍ଚ ପରେ ରାକ୍ଷସ ବୟଫ୍ରେଣ୍ଡ ଜଗନ୍ନାଥକୁ ସୁରଟ କ୍ରାଇମବ୍ରାଞ୍ଚ ଟିମ୍‌ ଗିରଫ କରିଛି । ଜଗନ୍ନାଥ ଡ୍ରଗ୍ସ ସେବନ କରେ । ପ୍ରାଥମିକ ତଦନ୍ତରୁ ଜଗନ୍ନାଥ ହିଁ ହତ୍ୟାକାରୀ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଖୁବ୍‌ଶୀଘ୍ର ଏ ନେଇ ·ର୍ଜସିଟ ଦାଖଲ କରାଯିବ ବୋଲି ସୁରଟ ଜଏଣ୍ଟ ପୋଲିସ କମିସନର ସରଦ ସିଙ୍ଘଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.