ଶଙ୍ଖକ୍ଷେତ୍ରରେ ବିଜେଡି ପାଳିବ ରୌପ୍ୟଜୟନ୍ତୀ ସେବା ଓ ସମର୍ପଣ ଆଣିଛି ସଫଳତା

0 64

ଭୁବନେଶ୍ୱର, ୧୮ା୧୨(ଡିକେ ନ୍ୟୁଜ): ଡିସେମ୍ବର ୨୬ରେ ଶଙ୍ଖକ୍ଷେତ୍ରରେ ବିଜେଡି ପାଳିତ ରୌପ୍ୟ ଜୟନ୍ତୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାରଦେଶରୁ ଆରମ୍ଭ ହେବ ଅଭିଯାନ । ଏଥିନେଇ କାର୍ଯ୍ୟଖସଡ଼ାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୋଜିତ ହେବାକୁ ଥିବା ବିଶାଳ ଜନସଭାରେ ଦଳୀୟ କର୍ମୀ, ନେତା, ନିର୍ବାଚିତ ପ୍ରତିନିଧି ସମସ୍ତେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍‌ ଯୋଗୁ ଦୁଇବର୍ଷ ହେଲାଣି ଆଡମ୍ବରରେ ପ୍ରତିଷ୍ଠା ଦିବସ ପାଳନ ହୋଇପାରିନଥିଲା । ତେଣୁ ଚଳିତ ଥର ଏହାକୁ ବହୁ ଆଡମ୍ବରରେ ପାଳନ କରି ୨୦୨୪ ନିର୍ବାଚନର ହୁଙ୍କାର ବିଜେଡି ଦେବ । ସେବା, ସମର୍ପଣ ଆଣିଛି ସଫଳତା । ବିଜୁ ଜନତା ଦଳର ଜନସେବାର ସଫଳ ଅଭିଯାନକୁ ଡିସେମ୍ବର ୨୬ରେ ପୂରୁଛି ୨୫ବର୍ଷ । ରୌପ୍ୟ ଜୟନ୍ତୀ ପାଳନ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଜେଡି ସୁପ୍ରିମୋ । ଆଜି ଦଳୀୟ ନେତା ବର୍ଷତମାମର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ଦଳୀୟ ସଭାପତିଙ୍କ ପାଖରେ ଉପସ୍ଥାପନ କରିଥିଲେ । ପ୍ରତିଷ୍ଠା ଦିବସ ପାଳନ ପରେ ୧୫ ଦିନ ଯାଏ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମାରୋହ ପାଇଁ ଅନୁମୋଦନ ଦେଇଛନ୍ତି ନବୀନ । ୨୬ ପୂର୍ବାହ୍ନରେ ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେବେ । ନିର୍ବାଚନ ସହ ଏହାର କିଛି ସମ୍ପର୍କ ନାହିଁ କି ଏହା ସରକାରୀ କାର୍ଯ୍ୟକ୍ରମ ନୁହେଁ । ନବୀନ ପଟ୍ଟନାୟକଙ୍କ ପରିକଳ୍ପନାକୁ ସବୁଠାରେ ପ୍ରତିଫଳିତ କରାଯାଉଛି । ବିଜେଡି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଥିବା କହିଛନ୍ତି ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆ·ର୍ଯ୍ୟ । ବିଜେଡି ସବୁବେଳେ ଆଗରେ ରହିଛି । କାହାକୁ କାଉଣ୍ଟର କରିବାକୁ ନୁହେଁ, ଲୋକଙ୍କ ସେବାରେ ୨୫ବର୍ଷ ଧରି ବିଜେଡି କାର୍ଯ୍ୟକ୍ରମ ଜାରି ରଖିଥିବା ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ପୂରା ବର୍ଷେ ରାଜ୍ୟ ବିଭିନ୍ନ ସ୍ଥାନରେ ବିଜେଡି ପାଳିବ ପ୍ରତିଷ୍ଠା ଉତ୍ସବ । ବ୍ଲକରୁ ଜିଲ୍ଲାସ୍ତରରେ ପାଳନ କରାଯିବ ଉତ୍ସବ । ଏହି ସମୟ ମଧ୍ୟରେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିକାଶ ବିଜେଡିର ମନ୍ତ୍ର ହୋଇଥିବାରୁ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ଦଳୀୟ ନେତା ଓ କର୍ମୀ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିର, ଗରିବଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ପାଇଁ ବାଟ ବାହାର କରିବା ଭଳି କାର୍ଯ୍ୟକ୍ରମ କରାଯିବ । ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋଙ୍କ ବାର୍ତ୍ତାକୁ ଅନାଇ ବସିଛି ସାରା ରାଜ୍ୟ । ରାଜ୍ୟବାସୀଙ୍କ ସେବା ପାଇଁ ଯେଉଁ ବାର୍ତ୍ତା ନବୀନ ଦେବେ ତାକୁ ତ୍ୱରାନ୍ୱିତ କରିବ ଦଳ । ବିଜେଡି ସୁପ୍ରିମୋଙ୍କ ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଜନସେବାକୁ ଶୀର୍ଷରେ ପହଞ୍ଚାଇବେ ଦଳୀୟ ନେତା । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନସେବାକୁ ବି ପୂରିଛି ୨୫ବର୍ଷ । ଶାସନକୁ ଆସିବାର ପ୍ରଥମ ଦିନରୁ ହିଁ ରାଜ୍ୟବାସୀଙ୍କ ହିତ ପାଇଁ ସେ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

Leave A Reply

Your email address will not be published.