ନାଗ କରୁଛି ନାକେଦମ : ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା

0 72

ଭୁବନେଶ୍ୱର,୧୭ା୧୨(ଡିକେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଆଗରେ ମୁହଁ ଖୋଲିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଆଜି ଇଡି ଅଧିକାରୀମାନେ ଅର୍ଚ୍ଚନା ନାଗ, ଶ୍ରଦ୍ଧାଞ୍ଜଳି ବେହେରା ଓ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଜେରା କରିଛନ୍ତି । ଜେରା ସମୟରେ ୪ ଜଣ ଅଧିକାରୀ ଓ ୨ ଜଣ ସାକ୍ଷୀ ଥିଲେ । ଜେରା ସମୟରେ ଅର୍ଚ୍ଚନାଙ୍କ ବିଷୟରେ ଶ୍ରଦ୍ଧାଞ୍ଜଳି ବେହେରା ଅନେକ ତଥ୍ୟ ଅଧିକାରୀଙ୍କୁ ଦେଇଛନ୍ତି । ଲକ୍ଷାଧିକ ଟଙ୍କା ଆର୍ଥିକ କାରବାର ନେଇ ସେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ହନିଟ୍ରାପ ଅର୍ଥରୁ ଅର୍ଚ୍ଚନା ସିଂହଭାଗ ନେଉଥିଲେ । ଏଥି ସହିତ ଏହି ମାମଲାରେ ଆଉ କେଉଁମାନେ ସଂପୃକ୍ତ ଥିଲେ, ସେ ନେଇ ମଧ୍ୟ ଅଧିକାରୀମାନଙ୍କୁ କହିଛନ୍ତି । ଜେରା ସମୟରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଧିକ ତଥ୍ୟ ମିଳଥିବା ଆଶା କରାଯାଉଛି । ଏହି ମାମଲାରେ ଜେରା ବେଳେ ଅର୍ଚ୍ଚନା ନାଗ ଅସୁସ୍ଥ ଅନୁଭବ କରୁଥିବା କହିବାରୁ କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଟିମ୍‌ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଆଜି ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳି- ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା କରିଛି । ତେବେ ଜେରା ଏଡ଼ାଇବାକୁ ଅର୍ଚ୍ଚନା ଅସୁସ୍ଥତା ବାହାନା କରିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟରେ ଏହି ମାମଲାରେ ଏକ ପ୍ରତିଷ୍ଠିତ ସୁନା ଦୋକାନର କର୍ମ·ରୀ ହାଜର ହୋଇଛନ୍ତି । ତାଙ୍କୁ ସୁନା କିଣାବିକା ନେଇ ଇଡି ଅଧିକାରୀମାନେ ପଚରାଉଚରା କରିଛନ୍ତି । ଅର୍ଚ୍ଚନା ଦୁଇଟି ଜୁଏଲାରି ସୋ’ରୁମ ଠାରୁ ସୁନା ଗହଣା କିଣିଥିବା ନେଇ ସୂଚନା ସୂଚନାଯୋଗ୍ୟ ଶ୍ରଦ୍ଧାଞ୍ଜଳି ବେହେରା ତୃତୀୟ ଥର ପାଇଁ ଆଜି ଇଡିରେ ହାଜର ହୋଇଥିଲେ । ଏହା ପୂର୍ବରୁ ସେ ଦୁଇ ଦୁଇ ଥର ଇଡି ଜେରାର ସାମ୍ନା କରିଥିଲେ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଇଡି ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ।

Leave A Reply

Your email address will not be published.