ହକି ବିଶ୍ୱକପ୍‌ ଆଦିବାସୀ ଝିଅଙ୍କ ଗୀତ ଶୁଣିବ ସାରା ଦୁନିଆ

0 52

କୋରାପୁଟ, ୧୮ା୧୨(ଡିକେ ନ୍ୟୁଜ): ଆଦିବାସୀ ଝିଅ ନମିତାଙ୍କ ଗୀତ ଶୁଣିବ ସାରା ବିଶ୍ୱ । ପୁଣ ଚର୍ଚ୍ଚାରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଦିବାସୀ ଝିଅ ନମିତା ମେଲକା । ଆସନ୍ତା ବିଶ୍ୱକପ ହକିରେ ଉଦଘାଟନୀ ସଂଗୀତ ଗାନ କରିବେ ନମିତା । ଅଭ୍ୟାସ ପାଇଁ ବାପାଙ୍କ ସହିତ ମୁମ୍ବାଇ ଯାଇଛନ୍ତି ନମିତା । ବିଶ୍ୱକପ ହକିରେ ଗୀତ ଗାଇବା ପାଇଁ ନମିତାଙ୍କୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପାରିଶ୍ରମିକ ବାବଦକୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଏହି ଗୀତ ପରିବେଷଣ କରିବା ଲାଗି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ନମିତାଙ୍କ ନାମ ସୁପାରିସ କରିଥିଲେ । ୨ ବର୍ଷ ତଳେ ନମିତାଙ୍କ ଗୀତ ଭାଇରାଲ ହେବା ପରେ ସେ ଲୋକଲୋଚନକୁ ଆସିଥିଲେ । କୌଣସି ତାଲିମ ନ ନେଇ ସୁନ୍ଦର ଗୀତ ଗାଉଥିବାରୁ ସେତେବେଳେ ସମସ୍ତ ଚକିତ ହୋଇଥିଲେ । ଏବେ ହକି ବିଶ୍ୱକପରେ ଉଦ୍‌ଘାଟନୀ ସଙ୍ଗୀତ ପରିବେଷଣ କରିବା ଖବର ପ୍ରସାରିତ ହେବା ପରେ କୋରାପୁଟ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.