ନୂଆଦିଲ୍ଲୀ, ୧୮ା୧୨: ଇତିହାସ ରଚିଲା ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ଦଳ । ଟି-୨୦ ବିଶ୍ୱକପ୍ର ଫାଇନାଲରେ ଭାରତ ବାଂଲାଦେଶକୁ ହରାଇ ତୃତୀୟ ଥର ଟାଇଟଲ୍ ଜିତିଛି । ଆଉ ଏହା ଥିଲା ଟୁର୍ଣ୍ଣାମେଣ୍ଟର ତୃତୀୟ ସଂସ୍କରଣ । ଆଉ ଭାରତ ·ମ୍ପିଅନ ହେବାରେ ହ୍ୟାଟ୍ରିକ ଅର୍ଜନ କରିଛି । ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨ ୱିକେଟ୍ ହରାଇ ୨୭୭ ରନ କରିଥିଲା । ସୁନୀଲ ରମେଶ ୬୩ ବଲରୁ ଅପରାଜିତ ୧୩୬ ରନର ଦମଦାର ଇନିଂସ ଖେଳିଥିଲେ । ଅଜୟ ରେ‡ୀ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୦ ବଲରୁ ୧୦୦ ରନର ଅପରାଜିତ ଇନିଂସ ଖେଳିଛନ୍ତି । ଜବାବରେ ବାଂଲାଦେଶ ୩ ୱିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା । ଆଉ ଫାଇନାଲ୍ ମୁକାବିଲାକୁ ଭାରତ ୧୫୭ ରନରେ ଜିତି ନେଇଛି । ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିବାଦ ସୃଷ୍ଟି ହୋଇଥିଲା । ଭିସା ନମିଳିବା କାରଣରୁ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିନଥିଲା । ଏହା ପୂର୍ବରୁ ଭାରତ ୨୦୧୨ ଏବଂ ୨୦୧୭ରେ ·ମ୍ପିଅନ ହୋଇଥିଲା । ଆଜିର ମ୍ୟାଚ୍ରେ ଅପରାଜିତ ୧୩୬ ରନ କରିଥିବା ସୁନୀଲ ରମେଶ ଟୁର୍ଣ୍ଣାମେଣ୍ଟରେ ତୃତୀୟ ଶତକ ଅର୍ଜନ କରିଥିଲେ । ସୂଚନାଯୋଗ୍ୟ, ଚଳିତ ବର୍ଷ ଜାତୀୟ ପୁରୁଷ ଦଳ ଏବଂ ମହିଳା ଦଳଙ୍କ ଟି-୨୦ ବିଶ୍ୱକପ୍ରେ ଭଲ ପ୍ରଦର୍ଶନ କରି ପାରିନାହାନ୍ତି । କିନ୍ତୁ ୧୯ବର୍ଷରୁ କମ ଦଳ ବିଶ୍ୱକପ୍ ଜିତିବାରେ ସଫଳ ହୋଇଥିଲା । ହେଲେ ଦୃଷ୍ଟିହୀନ କ୍ରିକେଟ୍ ଦଳ ଟି୨୦ ବିଶ୍ୱକପ୍ ଜିତିବାରେ ସଫଳ ହୋଇଛି । ଆଜିର ଫାଇନାଲ୍ ମୁକାବିଲାରେ ବାଂଲାଦେଶ ୭ ବୋଲରଙ୍କୁ ଲଗାଇଥିଲେ ମଧ୍ୟ ସେତେଟା ସଫଳ ହୋଇପାରି ନଥିଲା ।