ମୃତ୍ୟୁର ଫାଶ ପାଲଟିଛି ରାଜଧାନୀ ରାଜପଥ, ମାସକରେ ଗଲାଣି ୧୭ ଜୀବନ

0 68

ଭୁବନେଶ୍ୱର, ୧୮ା୧୨(ଡିକେ ନ୍ୟୁଜ): ରାଜଧାନୀରେ ରାତି ବଢ଼ିଲେ, ବଢ଼ୁଛି ଦୁର୍ଘଟଣାର ଆଶଙ୍କା । ଆଉ ମଦ୍ୟପ ·ଳକଙ୍କ ଲାଗି ଅଧିକ କାଳ ହୋଇଛି ରାଜଧାନୀ ରାଜପଥ । ପ୍ରତି ଦୁଇ ରାତିରେ ଦୁର୍ଘଟଣାରେ ହାରାହାରି ଜଣଙ୍କ ଜୀବନ ଯାଉଛି । କେଉଁଠି ମଦୁଆ ·ଳକ କିଏ ଡିଭାଇଡରରେ ପିଟିଦେଲାଣି ତ ଆଉ କିଏ ଟ୍ରକ ପଛରେ ପିଟିଲାଣି । ଶୀତଦିନେ କୁହୁଡ଼ି ଓ ରାତିରେ ମଦ୍ୟପ ·ଳକଙ୍କ ବେପରୁଆ ଗାଡ଼ି·ଳନା ପାଇଁ ଅଧିକାଂଶ ଦୁର୍ଘଟଣା ଘଟୁଥିବା ଏକ ଆକଳନରୁ ଜଣାପଡ଼ିଛି । ଏହିପରି ନଭେମ୍ବର ମାସରେ କେବଳ ରାଜଧାନୀରେ ଏବର୍ଷର ଦୁର୍ଘଟଣାରେ ସର୍ବାଧିକ ୧୭ଜଣଙ୍କ ଜୀବନ ଯାଇଛି । ଏକ ଆକଳନ ଅନୁଯାୟୀ ଅଧିକାଂଶ ଦୁର୍ଘଟଣା ରାତିରେ ହିଁ ଘଟିଛି । ଏଣୁ ଅନ୍ୟ ମେଟ୍ରୋ ସିଟିଗୁଡିକ ତୁଳନାରେ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା ହାର ଦେଖି ଚିନ୍ତାରେ ପୋଲିସ ଓ ପରିବହନ ବିଭାଗ । ଏତେ ସଚେତନତା, ଜରିମାନା ସତ୍ତେ୍ୱ ସଡ଼କ ଦୁର୍ଘଟଣାରେ ଲାଗିପାରୁନି ଅଙ୍କୁଶ । ନଭେମ୍ବର ମାସରେ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣାରେ ୧୭ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ୍‌ ୯୧ଟି ଦୁର୍ଘଟଣାରୁ ୧୭ଟି ବଡ଼ଧରଣର ଦୁର୍ଘଟଣା ଘଟିଛି । ସେହିପରି ୪୬ଜଣ ଗୁରୁତର ଆହତ ହୋଇଛନ୍ତି । କ୍ୟାପିଟାଲ, ସହିଦ ନଗର, ମଞ୍ଚେଶ୍ୱର, ଚନ୍ଦକା, ବାଲିପାଟଣା, ଖଣ୍ଡଗିରି ଆଦି ଥାନା ଅଞ୍ଚଳରେ ଅଧିକ ଦୁର୍ଘଟଣା ଘଟିଛି । ସେଭଳି ରାତିରେ ଅଧିକ ଦୁର୍ଘଟଣା ବଢ଼ୁଥିବାରୁ ପିସିଆର୍‌ ଓ ଆମ୍ବୁଲାନ୍ସଙ୍କୁ ଅଧିକ ଆଲର୍ଟ ରଖାଯାଇଛି । ଅନ୍ୟପକ୍ଷରେ ରାଜଧାନୀରେ ଗତ ୧୦ମାସରେ ୬୩୪ଟି ଦୁର୍ଘଟଣା ଘଟିଛି । ଏଥିରେ ୧୫୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଥିଲେ । ସଡ଼କ ଦୁର୍ଘଟଣା ହ୍ରାସ କରିବା ଲାଗି ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଜାରି ରହିଛି । ଡବଲ ହେଲମେଟ, ସିଟ୍‌ ବେଲଟ୍‌, ଓଭରଲୋଡିଂ, ଦ୍ରୁତଗତିରେ ଗାଡ଼ି·ଳନା ଆଦିକୁ ଯାଞ୍ଚ କରାଯାଉଛି । କିନ୍ତୁ ଅମାନିଆ ନିୟମ ଭାଙ୍ଗୁଥିବାରୁ ଦୁର୍ଘଟଣା ଓ ମୃତ୍ୟୁହାର ବୃଦ୍ଧି ହେଉଛି ବୋଲି ସଡ଼କ ସୁରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଘନ କୁହୁଡ଼ି ଯୋଗୁଁ ରାସ୍ତା କମ୍‌ ଦୃଶ୍ୟମାନ ହେଉଥିବାରୁ ଅଧିକ ଦୁର୍ଘଟଣା ହେବା ନେଇ ପୂର୍ବରୁ ସତର୍କ ଜରି କରାଯାଉଛି । ଗାଡ଼ିର ପଛ ଲାଇଟ୍‌ ଲଗାଇବା ସହ ସଜାଡ଼ିବା ଲାଗି ପରାମର୍ଶ ଦେଇଛି ପରିବହନ ବିଭାଗ । ସେହିପରି ତେବେ ଗତବର୍ଷଗୁଡ଼ିକ ତୁଳନାରେ ଏଥର କମ୍‌ ଦୁର୍ଘଟଣା ହେବା ସହ ମୃତ୍ୟୁସଂଖ୍ୟା ବି କମିଥିବା ଜନୈକ ଅଧିକାରୀ କହିଛନ୍ତି । ଦୁର୍ଘଟଣାରେ ଗତ ୨ ବର୍ଷରେ ରାଜଧାନୀରେ ଗଡ଼ିଥିଲା ୩୧୧ ମୁଣ୍ଡ । ୨୦୨୧ରେ ରାଜଧାନୀରେ ୫୩୨ ଦୁର୍ଘଟଣାରୁ ୧୪୯ ଜଣଙ୍କ ମୃତ୍ୟୁ ହୋଇଥିଲା । ସେଭଳି ୩୦୪ଜଣ ଗୁରୁତର ଓ ୧୨୫ ଜଣ ସାମାନ୍ୟ ଗୁରୁତର ଆହତ ହୋଇଥିଲେ । କ୍ୟାପିଟାଲ ଥାନା ଅଞ୍ଚଳରେ ସର୍ବାଧିକ ୬୨ଟି ଦୁର୍ଘଟଣା ଘଟିଥିଲା । କ୍ୟାପିଟାଲ୍‌ ଥାନା ପଛକୁ ଖଣ୍ଡଗିରି, ସହିଦ ନଗର, ବାଲିଅନ୍ତା, ଜଟଣୀ ଓ ନୂଆପଲ୍ଲୀ ଥାନା ଆଦି ରହିଥିଲା । ସେଭଳି ୨୦୨୦ ମସିହାରେ ଭୁବନେଶ୍ୱରରେ ୫୧୭ଟି ଦୁର୍ଘଟଣାରେ ୧୬୨ ଜଣକ ଜୀବନ ଯାଇଥିଲା ।

Leave A Reply

Your email address will not be published.