ମିଡିଆରେ ଲାଇଭ ଆସିଲେ ୫-ଟି ସଚିବ: ଦେଲେ ଦର୍ଶକଙ୍କ ଉତ୍ତର ସବୁ ଖେଳାଳି ବିଶ୍ୱର ସମ୍ପତ୍ତି

0 68

ଭୁବନେଶ୍ୱର, ୧୯ା୧୨(ଡିକେ ନ୍ୟୁଜ): ହକି ବିଶ୍ୱକପ୍‌ ନେଇ ୫-ଟି ସଚିବ ଭି.କେ.ପାଣ୍ଡିଆନ ଲାଇଭରେ ଆସି ଦର୍ଶକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଇନ୍‌ଷ୍ଟାଗ୍ରାମରେ ଲାଇଭ ଆସି ବିଶ୍ୱକପ୍‌ ପ୍ରସ୍ତୁତି ସମ୍ପର୍କିତ ସୂଚନା ଦେଇଛନ୍ତି । ୫-ଟି ସଚିବ କହିଛନ୍ତି, ହକି ବିଶ୍ୱକପ୍‌ ଓଡ଼ିଶାର ୨ଟି ସହରରେ ଆୟୋଜିତ ହେଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହେବ । କ୍ରୀଡାରେ ନିବେଶ ହେଉଛି ଯୁବବର୍ଗଙ୍କ ଉପରେ ନିବେଶ । କ୍ରୀଡ଼ାରେ ନିବେଶ କରିବା ଅର୍ଥ ଯୁବବର୍ଗଙ୍କୁ ଉତ୍ସାହିତ କରିବା । କ୍ରୀଡ଼ାରେ ହାରିବା ଓ ଜିତିବାରେ କିଛି ମୂଲ୍ୟ ନଥାଏ । ବିଶ୍ୱରେ କ୍ରୀଡାବିତଙ୍କ ସବୁବେଳେ ସମ୍ମାନ ରହିଆସିଛି । କ୍ରୀଡ଼ାରେ ନିବେଶ ରାଜ୍ୟକୁ ସଫଳତା ଦେଇଛି । ଅଲିମ୍ପିକରେ ପ୍ରଥମ ଗୋଲ୍ଡ ମେଡାଲ ଜିତିଥିଲା ଭାରତୀୟ ଦଳ । ହକି ବିଶ୍ୱକପରେ ଭାରତ ମେଡାଲ ଆଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛା ରହିଛି । ଦେଶରେ ହକିର ବିକାଶ ପାଇଁ ଲଗାତାର ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ଡିସେମ୍ବର ୨୪ରୁ ହକି ଟ୍ରଫି ଟୁର ୩୦ ଜିଲ୍ଲାରେ ହେବ । ରାଜ୍ୟର ସମସ୍ତ ମହାନଗରରେ ବିଶ୍ୱକପ୍‌ ହକି ପାଇଁ ଉତ୍ସବ । ସ୍ୱାଧିନତା ସଂଗ୍ରାମ ସହ ହକିର ନିବିଡ଼ ସମ୍ପର୍କ ରହିଛି । ବିଜୁବାବାଙ୍କ ହକି ପ୍ରେମ ନେଇ ସ୍ମୃତି·ରଣ କରିଛନ୍ତି ଭିକେ ପାଣ୍ଡିଆନ । ଏ ମାଟିରୁ ଭାରତ ହକି ବିଶ୍ୱକପ୍‌ ଜିତୁ, ଶ୍ରୀଜିଉଙ୍କ ନିକଟରେ ପାର୍ଥନା କରୁଛି । ହକି ପାଇଁ ୩୦ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କୋଚିଂ ଦିଆଯିବ । ଆପଣମାନଙ୍କ ଚିୟରଅପ୍‌ ମୁଁ ଏବେଠୁ ଶୁଣିପାରୁଛି । ହକି ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଯେ ଜଣେ ଓଡ଼ିଆ
ଅଲିମ୍ପିକରେ ପଦକ ହାସଲ କରନ୍ତୁ । ସେହି ସମାରୋହରେ ଭାରତର ଜାତୀୟ ସଂଗୀତ ଗାନ ହେବ । ସେ ଆଗକୁ କହିଥିଲେ ରାଜ୍ୟର ସ୍କୁଲ କଲେଜ ଗୁଡ଼ିକରେ ହକି ପାଇଁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟମନ୍ତ୍ରୀ ·ହୁଁଛନ୍ତି ଏହି ବିଶ୍ୱକପ୍‌ ଲୋକଙ୍କ ଦ୍ୱାରା ହେଉ । ପ୍ରତି ଜିଲ୍ଲାର ଗୋଟିଏ ହାଇସ୍କୁଲରେ ଏହି ସୁବିଧା ଯୋଗାଇ ଦିଆଯାଉଛି । ଆଶା ଯେ, ଚଳିତଥର ଭାରତ ହକି ବିଶ୍ୱକପ୍‌ ନିଶ୍ଚୟ ଜିତିବ ବୋଲି କହିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ ।

Leave A Reply

Your email address will not be published.