୨୬ରେ ୨୬ବର୍ଷରେ ପଦାର୍ପଣ କରିବ ବିଜେଡି ଉତ୍ସବ ସଫଳ କରିବାକୁ ନବୀନଙ୍କ ଆହ୍ୱାନ

0 65

ଭୁବନେଶ୍ୱର, ୧୯ା୧୨ (ଡିକେ ନ୍ୟୁଜ୍‌): ଆସନ୍ତା ଡିସେମ୍ବର ୨୬ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ବିଗତ ୨୫ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନତାଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରିଆସୁଛି ଦଳ । ବିଜୁବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇଆସିଛି ବିଜେଡି । ଆଜି ଦଳ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଏହି ୨୫ ବର୍ଷ ଧରି ଲୋକଙ୍କ ସେବା ଓଡ଼ିଶାର ବିକାଶ କରିଆସୁଥିବା ଦଳକୁ ସ୍ୱତନ୍ତ୍ର ପରିଚୟ ମିଳିବା ସହିତ ସବୁଠି ପ୍ରଶଂସା କରାଯାଇଛି । ଓଡ଼ିଶାବାସୀଙ୍କ ଭଲ ପାଇବା ଏବଂ ଶୁଭେଚ୍ଛା ପାଇଁ ୨୫ବର୍ଷ ଧରି ବିଜେଡି ସଫଳ ଯାତ୍ରା ଜାରି ରଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ପୁରୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ରାଜ୍ୟ, ଜିଲ୍ଲା, ବ୍ଲକ୍‌ ଏବଂ ପୌରାଞ୍ଚଳ କର୍ମକର୍ତ୍ତା, ସାଂସଦ ଓ ବିଧାୟକଙ୍କ ଠାରୁ କ୍ଷତ୍ରିୟ ଜନପ୍ରତିନିଧି ମାନେ ଯୋଗଦେବେ । ଏହି ପୂର୍ତ୍ତି ଉତ୍ସବ ୧୫ଦିନ ଧରି ସମସ୍ତ ନିର୍ବାଚନ ମଣ୍ଡଳୀରେ ପାଳନ କରାଯିବ । ଏହି ଉତ୍ସବକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଥିସହିତ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ଅବସରରେ ସେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ବିକାଶ ବିଜେଡିର ମନ୍ତ୍ର ହୋଇଥିବାରୁ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ଦଳୀୟ ନେତା ଓ କର୍ମୀ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିର, ଗରିବଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ପାଇଁ ବାଟ ବାହାର କରିବା ଭଳି କାର୍ଯ୍ୟକ୍ରମ କରାଯିବ । ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋଙ୍କ ବାର୍ତ୍ତାକୁ ଅନାଇ ବସିଛି ସାରା ରାଜ୍ୟ । ରାଜ୍ୟବାସୀଙ୍କ ସେବା ପାଇଁ ଯେଉଁ ବାର୍ତ୍ତା ନବୀନ ଦେବେ ତାକୁ ତ୍ୱରାନ୍ୱିତ କରିବ ଦଳ । ବିଜେଡି ସୁପ୍ରିମୋଙ୍କ ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇ ଜନସେବାକୁ ଶୀର୍ଷରେ ପହଞ୍ଚାଇବେ ଦଳୀୟ ନେତା । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନସେବାକୁ ବି ପୂରିଛି ୨୫ବର୍ଷ । ଶାସନକୁ ଆସିବାର ପ୍ରଥମ ଦିନରୁ ହିଁ ରାଜ୍ୟବାସୀଙ୍କ ହିତ ପାଇଁ ସେ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ପ୍ରତିଷ୍ଠା ଦିବସ ପାଳନ ପରେ ୧୫ ଦିନ ଯାଏ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମାରୋହ ପାଇଁ ଅନୁମୋଦନ ଦେଇଛନ୍ତି ନବୀନ ।

Leave A Reply

Your email address will not be published.