ବି-ଟାଉନ୍‌ରେ କ୍ୟାରିଅର୍‌ ଆରମ୍ଭ କରିବେ ଶାନନ୍‌

0 69

ମୁମ୍ବାଇ, ୧୮ା୧୨: ଭାରତୀୟ-ଆମେରିକୀୟ ଗାୟିକା ଶାନନ୍‌ କେ । ତାଙ୍କ ବିଷୟରେ ପାଠକ ବେଶି ଜାଣିନଥିବେ । ସେ ବଲିଉଡର କିମ୍ବଦନ୍ତୀ ଗାୟକ କୁମାର ସାନୁଙ୍କ ଝିଅ । ଶାନନ୍‌ଙ୍କ ନେଇ ଏବେ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ଖୁବ୍‌ଶୀଘ୍ର ସେ ବି-ଟାଉନରେ ନିଜର କ୍ୟାରିଅର୍‌ ଆରମ୍ଭ କରିବେ । ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ୟଙ୍ଗ୍‌, ଏନର୍ଜେଟିକ୍‌ ଓ ବବ୍ଲି ଗାୟିକା ଶାନନ୍‌ ଏ ବିଷୟରେ ଖୁଲାସା କରିଛନ୍ତି । ସେ କହିଛନ୍ତି, ଗୀତ ଗାଇବା ସହିତ ଏବେ ଅଭିନୟକୁ ପେସା ଭାବେ ଚୟନ କରି ନିଜର ଭାଗ୍ୟ ପରୀକ୍ଷା କରିବାକୁ ସେ ଅଣ୍ଟା ଭିଡ଼ିଛନ୍ତି । ଗୋଟିଏ ବଲିଉଡ୍‌ ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି, ଯାହାର ଟାଇଟଲ୍‌ “ଚଲ୍‌ ଜିନ୍ଦଗୀ’ । ଶାନନ୍‌ ଏହି ଫିଲ୍ମରେ ଅନ୍ୟତମ ଫିମେଲ୍‌ ଲିଡ୍‌ ଭୂମିକା ନିର୍ବାହ କରିଛନ୍ତି । ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ସଞ୍ଜୟ ମିଶ୍ରା ଓ ମିତା ବୈଶିଷ୍ଠ । ଶାନନ୍‌ କହିଛନ୍ତି “ଚଲ୍‌ ଜିନ୍ଦଗୀ’ ଏକ ଯାତ୍ରା- ଆଧାରିତ ଫିଲ୍ମ । ଏଥିରେ ଆମେ ବାଇକରେ ଲଦାଖ ଯାତ୍ରା କରୁଛୁ । ତାହା ଆମ ଲକ୍ଷ୍ୟସ୍ଥଳ । ମୂଳ ନୈତିକତା ହେଉଛି ନିଜ ଜୀବନକୁ ଭଲପାଇବା, ଯେକୌଣସି କଥା ପାଇଁ ବେଶି ବିଳମ୍ବ ହୋଇନାହିଁ ବୋଲି ହୃଦୟଙ୍ଗମ କରିବା ।’ ଫିଲ୍ମର ସୁଟିଂ ଶେଷ ହୋଇଛି । ଖୁବ୍‌ଶୀଘ୍ର ଏହା ସିନେମା ହଲକୁ ଆସିବ । ନିକଟରେ ଲୋକପ୍ରିୟ ବଲିଉଡ୍‌ ଗାୟକ ଶାନ୍‌ଙ୍କ ସହ ମିଶି ନିଜର ଏକ ମ୍ୟୁଜିକ୍‌ ଭିଡିଓ ଜାରି କରିଛନ୍ତି ଶାନନ୍‌ । ଏହା ମାଧ୍ୟମରେ ସେ ଶାନ୍‌ଙ୍କ ସହ ପ୍ରଥମ ଥର କାମ କରିଛନ୍ତି । ମ୍ୟୁଜିକ୍‌ ଭିଡିଓର ନାଁ “ବେବି ଆଇ ଲଭ୍‌ ୟୁ’ । ଏଥିରେ ଭଲ କାମ କରିଥିବାରୁ ଶାନନ୍‌ଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.