ପେଡ଼ିରେ ନାଗ ଚୁପ୍‌ : ପୁଣି ଆସିବେ ରିମାଣ୍ଡରେ!

0 51

ଭୁବନେଶ୍ୱର,୧୮ା୧୨(ଡିକେ ନ୍ୟୁଜ): ଇଡ଼ି ଖୁଆଡ଼ରେ ଅର୍ଚ୍ଚନା ଓ ଜଗବନ୍ଧୁ । ଏଥର ଖସିବା ମୁସ୍‌କିଲ । ଶ୍ରଦ୍ଧାଞ୍ଜଳି ଖୋଲିଲେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର । ଇଡ଼ି ଆଗରେ ବଖାଣିଛନ୍ତି ଅର୍ଚ୍ଚନାଙ୍କ ପାପ ପେଡ଼ିର କାହାଣୀ । ନୂଆ ତଥ୍ୟ ସାମନାକୁ ଆସିଛି । ସ୍ୱାମ ଜଗବନ୍ଧୁଙ୍କୁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସମ୍ପର୍କରେ ବିଶେଷ କିଛି ଜଣା ନାହିଁ । ବିଜନେସ ଓ କ୍ରାଇମ ପାର୍ଟନର ଖଗେଶ୍ୱର ରଚୁଥିଲେ ହନି ଟ୍ରାପ୍‌ର ବ୍ଲୁ- ପ୍ରିଣ୍ଟ । କାହାକୁ କିଭଳି ଫସାଇବେ ସେନେଇ ଷଡଯନ୍ତ୍ର କରୁଥିଲା ଖଗେଶ୍ୱର । ଅର୍ଚ୍ଚନାଙ୍କ ଫାସରେ କିଏ ଫସିବେ, ସେହି ତାଲିକା ପ୍ରସ୍ତୁତ କରୁଥିଲେ ଅର୍ଚ୍ଚନା । ଅର୍ଚ୍ଚନନାଙ୍କ ନିର୍ଦ୍ଦେଶ କ୍ରମେ ଖଗେଶ୍ୱର ଭିଡିଓ ସୁଟିଂର ଦାୟିତ୍ୱ କୌଶଳ କ୍ରମେ ତୁଲାଉଥିଲେ । ପରେ ଅର୍ଚ୍ଚନା ସେମାନଙ୍କୁ ବ୍ଲାକମେଲ କରୁଥିଲେ । ଡିଲ ବେଳେ ଅର୍ଚ୍ଚନା ବସୁଥିଲେ ଟେବୁଲରେ । ଖଗେଶ୍ୱର ମଧ୍ୟ ଦୂରରେ ରହୁଥିଲେ । ଶ୍ରଦ୍ଧାଞ୍ଜଳି ହନି ଟ୍ରାପର ଶିକାର ହୋଇଥିବା
ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ଇଡ଼ିକୁ କହିଛନ୍ତି । ଏଥିରେ ଅଛନ୍ତି ରାଜନେତା, ଫିଲ୍ମ ପ୍ରଯୋଜକ, ଶିଳ୍ପପତି, ଖଣି ମାଲିକ, ବ୍ୟବସାୟୀ, ଠିକାଦାର, ବରିଷ୍ଠ ଅଧିକାରୀ । ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି କୋଟି କୋଟି ଟଙ୍କା କମାଇଛନ୍ତି ଅର୍ଚ୍ଚନା । ମୁହାଁମୁହିଁ ଜେରାରେ ଶ୍ରଦ୍ଧାଞ୍ଜଳି ଇଡ଼ି ଆଗରେ ଅର୍ଚନାଙ୍କ ଗୁମର ଖୋଲିଥିବା ବେଳେ ଅର୍ଚ୍ଚନା ଘଟଣାକୁ ସ୍ୱିକାର କରୁ ନଥିଲେ । ଇଡ଼ିକୁ ସବୁ ତଥ୍ୟ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ଇଡ଼ି ତାକୁ ଆଧାର କରି ତାଲିକା କରୁଛି ।

Leave A Reply

Your email address will not be published.