ଭୁବନେଶ୍ୱର, ୧୯ା୧୨(ଡିକେ ନ୍ୟୁଜ): ବିଜୟୀ ଆର୍ଜେଣ୍ଟିନାକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମେସିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ନବୀନ । ସେହିପରି ରନର୍ସ ଅପ୍ ଟିମ୍ ଫ୍ରାନ୍ସର ଲଢ଼ୁଆ ପ୍ରଦର୍ଶନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଫିଫା ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନାକୁ ମୁକୁଟ । ତୃତୀୟ ଥର ଲାଗି ବିଶ୍ୱବିଜୟୀ ହେଲା ଆର୍ଜେଣ୍ଟିନା । ପେନାଲଟି ସୁଟଆଉଟ୍ରେ ୪-୨ରେ ଫ୍ରାନ୍ସକୁ ହରାଇଛି ଟିମ୍ । ୩୬ ବର୍ଷ ପରେ ତୃତୀୟ ଥର ଲାଗି ଆର୍ଜେଣ୍ଟିନା ହୋଇଛି ·ମ୍ପିଅନ । ଏହା ସହ ଅନ୍ୟ କେତେକ ବର୍ଗରେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି ଲିଓନିଲ ମେସି । ଆର୍ଜେଣ୍ଟିନା ପକ୍ଷରୁ ମେସି ୨ଟି ଗୋଲ ଓ ଆଞ୍ଜେଲ ଡି ମାରିଆ ଗୋଟିଏ ଗୋଲ ଦେଇଥିଲେ । ସେପଟେ ଜବାବରେ ଫ୍ରାନ୍ସ ପକ୍ଷରୁ କିଲିଆନ ଏମ୍ବାପେ ୩ଟି ଗୋଲ ଦେଇଥିଲେ । ଫଳରେ ମ୍ୟାଚ ବରାବର ହେବାରୁ ପେନାଲଟି ସୁଟଆଉଟ ହୋଇଥିଲା । ପେନାଲଟି ସୁଟ ଆଉଟରେ ୪-୨ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ହାତେଇଛି ବିଶ୍ୱକପ ।