ଆଉ ମିଳିଲାନି ରିମାଣ୍ଡ ଜେଲ୍‌ ଗଲେ ଅର୍ଚ୍ଚନା

0 71

ଭୁବନେଶ୍ୱର,୧୯ା୧୨(ଡିକେ ନ୍ୟୁଜ): ଜେଲକୁ ଫେରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଆଉ ଦୁଇ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲେ ବି କୋର୍ଟ ଏହାକୁ ଗ୍ରହଣ କରିନାହାନ୍ତି । ରିମାଣ୍ଡ ନମିଳିବାରୁ ଝାରପଡା ଜେଲ୍‌କୁ ଫେରିଛନ୍ତି ଅର୍ଚ୍ଚନା । ଅର୍ଚ୍ଚନା ତଦନ୍ତରେ ସହଯୋଗ କରୁନାହାନ୍ତି ଓ ପଚରାଉଚରା ବେଳେ ଅର୍ଚ୍ଚନା ଉତର ଠିକରେ ଦେଉନଥିବା ଇଡି ପକ୍ଷରୁ କୋର୍ଟଙ୍କ ନିକଟରେ ତଥ୍ୟ ରଖାଯାଇଥିଲା । ସୋମବାର ଦିନ ରିମାଣ୍ଡ ସରିବା ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଚ୍ଚନାଙ୍କୁ ଭୁବନେଶ୍ୱର ଏଡିଜେ କୋର୍ଟରେ ହାଜର କରାଇଥିଲା । ପୂର୍ବରୁ ୨ ଥର ରିମାଣ୍ଡରେ ନେଇ ସାରିଥିବା ବେଳେ ଅର୍ଚ୍ଚନାଙ୍କୁ ପୁଣି ୨ ଦିନ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିଲା । ଇଡି ଦ୍ୱିତୀୟ ଦଫାରେ ଅର୍ଚ୍ଚନାଙ୍କୁ ୬ ଦିନ ପାଇଁ ଓ ସ୍ୱାମୀ ଜଗବନ୍ଧୁଙ୍କୁ ୯ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା ।

Leave A Reply

Your email address will not be published.