ଜାନୁଆରୀ ୧୩ରେ ହକି ବିଶ୍ୱକପ୍‌ ସର୍ବଦଳୀୟ ବୈଠକ ଡାକିଲେ ନବୀନ

0 63

ଭୁବନେଶ୍ୱର, ୨୦ା୧୨(ଡିକେ ନ୍ୟୁଜ): ହକି ବିଶ୍ୱକପ୍‌ ଲାଗି ମେଗା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପ୍‌ ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କିଭଳି ଭାବେ ସାରାବିଶ୍ୱରୁ ଆସିବାକୁ ଥିବା ହକି ପ୍ରେମୀ ତଥା ଅତିଥି ଓ ପ୍ରଶଂସକ ଭଲ ଆତିଥ୍ୟ ଅନୁଭବ ପାଇବେ ସେ ନେଇ ଜୋରଦାର ପ୍ରୟାସ ଜାରି ରହିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ହକି ବିଶ୍ୱକପ ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି । ଆସନ୍ତା ୨୨ ତାରିଖରେ ସନ୍ଧ୍ୟା ୫ଟାର ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲରେ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ହେବ ହକି ବିଶ୍ୱକପ୍‌ । ଗତକାଲି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ରାଉରକେଲା ଗସ୍ତରେ ଯାଇ ସ୍ଥିତିକୁ ଅନୁଧ୍ୟାନ କରିଥିଲେ । କ୍ରୀଡ଼ାରେ ନିବେଶ ରାଜ୍ୟକୁ ସଫଳତା ଦେଇଛି । କ୍ରୀଡ଼ାରେ ନିବେଶ କରିବା ଅର୍ଥ ଯୁବବର୍ଗଙ୍କୁ ଉତ୍ସାହିତ କରିବା । ଅଲିମ୍ପିକ୍ସରେ ପ୍ରଥମ ଗୋଲ୍ଡ ମେଡାଲ ଜିତିଥିଲା ଭାରତୀୟ ଦଳ । ତେଣୁ ଏହି ହକି ବିଶ୍ୱକପ୍‌ରେ ଭାରତ ତଥା ଓଡ଼ିଶାର କୌଣସି ଖେଳାଳି ମେଡାଲ ଆଣୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କ ଇଚ୍ଛା ରହିଛି ବୋଲି ଶ୍ରୀ ପାଣ୍ଡିଆନ୍‌ କହିଥିଲେ । ଦେଶରେ ହକିର ବିକାଶ ପାଇଁ ଲଗାତାର ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ଡିସେମ୍ବର ୨୪ରୁ ହକି ଟ୍ରଫି ଟୁର ୩୦ ଜିଲ୍ଲାରେ ହେବ । ରାଜ୍ୟର ସମସ୍ତ ମହାନଗରରେ ହକି ବିଶ୍ୱକପ୍‌ ପାଇଁ ଆୟୋଜନ କରାଯିବ । ବିଜୁବାବୁଙ୍କ ହକିପ୍ରେମର ସ୍ମୃତିଚାରଣ କରିଥିଲେ ଭି.କେ.ପାଣ୍ଡିଆନ୍‌ । ଏଥିସହିତ ଏ ମାଟିରୁ ଭାରତ ହକି ବିଶ୍ୱକପ୍‌ ଜିତୁ, ଏହା ତାଙ୍କର ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା ବୋଲି କହିଥିଲେ । ହକି ପାଇଁ ୩୦ ଜିଲ୍ଳାର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କୋଚିଂ ଦିଆଯିବ । ହକି ପ୍ରଶିକ୍ଷଣ ପାଇଁ ପର୍ଯ୍ୟାପ୍ତ ସୁବିଧା ସରକାର ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଯେ, ଜଣେ ଓଡ଼ିଆ ଅଲିମ୍ପିକ୍‌ରେ ପଦକ ହାସଲ କରନ୍ତୁ ବୋଲି ୫-ଟି ସଚିବ ଗତକାଲି କହିଥିଲେ ।

Leave A Reply

Your email address will not be published.