ରହସ୍ୟଘେରରେ ମମିତା ହତ୍ୟା ଅଭିଯୁକ୍ତର ମୃତ୍ୟୁ ଜେଲ୍‌ ଭିତରେ ଆତ୍ମହତ୍ୟା ନେଇ ପ୍ରଶ୍ନବାଚୀ

0 75

ଭୁବନେଶ୍ୱର, ୨୦ା୧୨ (ଡିକେ ନ୍ୟୁଜ୍‌): କଣ୍ଟାବାଞ୍ଜି ସବ୍‌ଜେଲରେ ସକାଳୁ ସକାଳୁ ହଇଚଇ । ଝୁଲନ୍ତା ଅବସ୍ଥାରେ ମିଳିଲା ମମତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତଦେହ । ଭୋଜନାଳୟ ନିକଟ ଝରକାରେ ଗାମୁଛା ଦ୍ୱାରା ସେ ଆତ୍ମହତ୍ୟା କରିଥିଲେ । ଜେଲ ଚାରିକାନ୍ଥ ଭିତରେ କ’ଣ ହେଲା, କେମିତି ହେଲା ଗୋବିନ୍ଦଙ୍କ ମୃତ୍ୟୁ, ତାହା ଏବେ ସମସ୍ତଙ୍କ ମନରେ ସନ୍ଦେହ ଆଣିଦେଇଛି । କେହି କେମିତି ଜାଣିପାରିଲେନି କି ଦେଖିପାରିଲେନି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାମଲାର ଗୁରୁତ୍ୱକୁ ଦେଖି ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । କ୍ରାଇମବ୍ରାଞ୍ଚର ଚାରିଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି । ମାନବାଧିକାର କମିଶନଙ୍କ ଗାଇଡଲାଇନ୍‌ ଅନୁସାରେ ତଦନ୍ତ ଆଗେଇ ଚାଲିଛି । ପ୍ରାଥମିକ ଅବସ୍ଥାରେ ଜେଲ ୱାର୍ଡର ଅକ୍ଷୟ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି । ଏଗଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଓ ପରିବାର ଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମର ଭିଡିଓଗ୍ରାଫି କରାଯାଇଛି । ତେବେ ସମସ୍ତଙ୍କର ଅପେକ୍ଷା ପୋଷ୍ଟମର୍ଟମ ରିପୋର୍ଟ ଉପରେ ରହିଛି । ଆଜି କୋର୍ଟରେ ହାଜର ହେବା ପୂର୍ବରୁ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ଛିଡା ହୋଇଛି । ଏହି ଘଟଣା ଏବେ ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି । ତାଙ୍କ ପତ୍ନୀ ସୁଷମା ସାହୁ ଆତ୍ମହତ୍ୟା ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି କଳାହାଣ୍ଡି ଜିଲ୍ଲା କେଗାଁ ଥାନରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.