ଚତୁର୍ଥ ଲହର ନେଇ ବଢ଼ିଲା ଚିନ୍ତା ଭାରତରେ କରୋନା ଆଲର୍ଟ

0 74

ନୂଆଦିଲ୍ଲୀ, ୨୦୧ା୨: ୫ଟି ଦେଶରେ କୋଭିଡ୍‌ର ଚତୁର୍ଥ ଲହର ଚାଲିଛି । ଜାପାନ, ଆମେରିକା, କୋରିଆ, ବ୍ରାଜିଲ ଓ ଚୀନ୍‌ରେ ଚତୁର୍ଥ ଲହର ଚାଲିଛି । ଚୀନ୍‌ରେ ସ୍ଥିତି ସାଂଘାତିକ । ହଜାର ହଜାର ସଂଖ୍ୟକ ଲୋକ କୋଭିଡ୍‌ରେ ଆକ୍ରାନ୍ତ ହେବା ସହିତ ଶ୍ମଶାନରେ ଶବ ପୋଡ଼ିବାକୁ ଜାଗା ନାହିଁ । ଏପରିକି ହସ୍ପିଟାଲରେ ବେଡ୍‌ ସହିତ କରୋନା ଔଷଧର ଘୋର ସଂକଟ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ସ୍ତରରେ ସ୍ଥିତି ଉପରେ ନଜର ରଖିବାକୁ ଓ ସବୁ ମାମଲାର ଜିନୋମ ସିକ୍ୱେନ୍ସିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି) ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର)କୁ ଚିଠି ଲେଖାଯାଇଛି । ସେଥିରେ କୁହାଯାଇଛି ଯେ, ଜିନୋମ ସିକ୍ୱେନ୍ସିଂ ଉପରେ ସମସ୍ତ ରାଜ୍ୟକୁ ଗୁରୁତ୍ୱ ଦେବାକୁ ପଡ଼ିବ । କୋଭିଡ୍‌ର ନୂଆ ଭାରିଆଣ୍ଟ ଉପରେ ନିଜର ରଖିବାକୁ ଏପରି କରିବାକୁ ହେବ । ସମୟ ଥାଉ ଥାଉ ଯଦି ନୂଆ ଭାରିଆଣ୍ଟକୁ ଚିହ୍ନଟ କରାଯାଇପାରିବ ତେବେ କରୋନାକୁ ଅଟକାଇ ହେବ ।

Leave A Reply

Your email address will not be published.