ଗ୍ରାମାଞ୍ଚଳରେ ବୃହତ୍‌ ନିଯୁକ୍ତି ସୃଷ୍ଟି କରିବ ଦୁଗ୍ଧଚାଷ

0 69

ବଲାଙ୍ଗୀର, ୨୧ା୧୨(ଡିକେ ନ୍ୟୁଜ): ଦେଶରେ ଡାଇରି କ୍ଷେତ୍ରରେ ପରିବର୍ତ୍ତନ ଆସିଛି । ଏହି କ୍ଷେତ୍ରରେ ଏବେ ଅଦ୍ଭୁତପୂର୍ବ ଅଭିବୃଦ୍ଧି ଦେଖିବାକୁ ମିଳୁଛି । ଏହାଦ୍ୱାରା ଗ୍ରାମାଞ୍ଚଳରେ ବୃହତ୍‌ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖିବା ସହ ·ଷୀମାନଙ୍କ ପାଇଁ ଅତିରିକ୍ତ ଆୟ, ରୋଜଗାର କରିବାର ମାଧ୍ୟମ ସାଜିବ । ବଲାଙ୍ଗୀରରେ ଆୟୋଜିତ ଦୁଇଦିନିଆ ଦୁଗ୍ଧଚାଷୀ ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ସମ୍ମିଳନୀର ଉଦ୍‌ଘାଟନୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନିଜର ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଡାଇରି କ୍ଷେତ୍ରରେ ଏବେ ନୂତନ ଟେକ୍ନୋଲୋଜି, ଉତ୍ପାଦ ଏବଂ ଧାରା ଦେଖବାକୁ ମିଳିଛି, ଯାହା ଯୁବ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପଗୁଡ଼ିକୁ ଏହି କ୍ଷେତ୍ର ପ୍ରତି ଆକର୍ଷିତ କରୁଛି । ଉପଯୁକ୍ତ ନୀତିଗତ ପଦକ୍ଷେପ ଦ୍ୱାରା ରାଜ୍ୟ ସରକାର ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରୁଛନ୍ତି । ବଲାଙ୍ଗୀରରେ ଏହଭଳି ସମ୍ମିଳନୀ
ଆୟୋଜିତ ହେବା ଆମ ପାଇଁ ଏକ ଖୁସିର ବିଷୟ । ଗୋପାଳନ ବିଶେଷଜ୍ଞ, ପ୍ରାଣୀ ଚିକିତ୍ସକ, ଗବେଷଣା ପ୍ରତିଷ୍ଠାନ, ଦୁଗ୍ଧ·ଷୀ ଏବଂ ଷ୍ଟାର୍ଟଅପ ଗୁଡିକ ଲାଗି ଏହି ସମ୍ମିଳନୀ ଏକକ ପ୍ଲାଟଫର୍ମ ହୋଇ ପାରିବା ଉଭୟ ଜିଲ୍ଲା ଏବଂ ରାଜ୍ୟ ପାଇଁ ନୂତନ ସମ୍ଭାବନା ଆଣିବ ବୋଲି ମୋର ସଂପୂର୍ଣ୍ଣ ବିଶ୍ୱାସ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ନିଜର ବକ୍ତବ୍ୟରେ କହିଛନ୍ତି ଯେ, ଏହି ସମ୍ମିଳନୀ ·ଷୀମାନଙ୍କ ପାଇଁ ପ୍ରେରଣାଦାୟୀ ରହିବ । ଦୁଗ୍ଧ ଉତ୍ପାଦନ ·ଷୀଙ୍କୁ ଏକ ସ୍ଥାୟୀ ରୋଜଗାର ଯୋଗାଇବା ସହ ସେମାନଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବାରେ ସହାୟକ ହୋଇପାରିବ । ଫଳରେ ଜିଲ୍ଲାରେ ଦାଦନକୁ ରୋକିବାରେ ପ୍ରଶାସନ ସକ୍ଷମ ହୋଇପାରିବ । ଏହା ସହିତ ଆଗାମୀ ୫ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବଲାଙ୍ଗୀର ଜିଲ୍ଲା ଦେଶର ପ୍ରଥମ ଜିଲ୍ଲା ଭାବେ ପରିଗଣିତ ହେବାର ଲକ୍ଷ୍ୟ ରଖିଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ବିକେଏନ ଦୁଗ୍ଧ ସମିତିର ମହାପ୍ରବନ୍ଧକ ଡ. ସରୋଜ କୁମାର ସାହୁ, ବିକେଏନ ଦୁଗ୍ଧ ସମିତିର ଅଧ୍ୟକ୍ଷ ସିମା ପଟେଲ, ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦକ ମହାସଂଘର ପରି·ଳନା ନିର୍ଦ୍ଦେଶକ ଆଶିଷ ସିହ୍ନା, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଡ.ସୁରେଶ ଦଲାଇ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସୀତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଣାଳୟର ସିଇଓ ଡ.ପ୍ରବୀଣ କୁମାର ମଲିକ, ଓଡିଶା ଜୈବିକ ଉତ୍ପାଦ ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ତଥା କଟକ ଦୁଗ୍ଧ ସମିତିର ମହାପ୍ରବନ୍ଧକ ଡ. ଦିଗାମ୍ବର ନାୟକ ଓ ଭାରତ ସରକାରଙ୍କ ଦୁଗ୍ଧ ଏବଂ ପଶୁପାଳନ ବିଭାଗର ନିର୍ଦ୍ଦେଶକ ଡ.ସାରଦା ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥତ ରହି ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀ ରାଜ୍ୟର ପ୍ରାୟ ୬୫୦୦ ସମବାୟ ସମିତି ଓ ୩ ଲକ୍ଷ ଦୁଗ୍ଧ·ଷୀଙ୍କୁ ଦୁଗ୍ଧ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମଟି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ଅତିଥିମାନଙ୍କ ଅଭିଭାଷଣ, ନେଟୱାର୍କି ଫୋରମ ଓ ବିଭିନ୍ନ କେସ୍‌ ଷ୍ଟଡି ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଗୋପାଳନ କ୍ଷେତ୍ର ସହିତ ଜଡିତ ପ୍ରାୟ ୨ହଜାର ଲୋକ ଉପସ୍ଥିତ ରହି ନିଜର ଉତ୍ପାଦଗୁଡିକୁ ପ୍ରଦର୍ଶିତ କରିଛନ୍ତି । ଗୋପାଳନ କ୍ଷେତ୍ରରେ ବିକାଶମୂଳନ ଅବଦାନ, ସଫଳତା ପାଇଥିବା ଯୁବ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.