ପୁଣି କଡ଼ ଲେଉଟାଇଲାଣି କରୋନା ଓଡ଼ିଶାରେ ଚୀନ୍‌ ଭୂତାଣୁ

0 49

ଭୁବନେଶ୍ୱର, ୨୧ା୧୨(ଡିକେ ନ୍ୟୁଜ): ଚୀନରେ କରୋନା ତାଣ୍ଡବ ରଚିଥିବା ଭୂତାଣୁ ପହଞ୍ଚିଛି ଭାରତରେ । ଆଉ ଏହି ଭୂତାଣୁ ଓଡ଼ିଶାରେ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟର ନାଁ ରହିଛି ବିଏଫ-୭ । ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ଏହି ଭୂତାଣୁର ୨ଟି କେସ୍‌ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଚିହ୍ନଟ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି । ଚୀନରେ କରୋନା ସଂକ୍ରମଣର ପ୍ରମୁଖ କାରଣ ପାଲଟିଥିବା ଓମିକ୍ରନ ଭୂତାଣୁର ଏକ ସବ୍‌ ଭାରିଆଣ୍ଟ ବିଏଫ-୭ ଓଡିଶାରେ ଚିହ୍ନଟ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୩୦ ସେପ୍ଟେମ୍ବରରେ ଓଡ଼ିଶାରେ ବିଏଫ୍‌-୭ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳାଙ୍କଠାରେ ଆରଟିପିସିଆର ଟେଷ୍ଟ ପରେ ଏହି ଭାରିଆଣ୍ଟ ଠାବ ହୋଇଥିଲା । ଏହାପରେ ତାଙ୍କର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା । ଟେଷ୍ଟିଂ ସମୟରେ ମହିଳାଙ୍କ ଶରୀରରେ କୌଣସି ଲକ୍ଷଣ ନଥିଲା । ଏହି ଘଟଣାକୁ ତିନିମାସ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି । ଏହାପରେ ତତ୍ପର ହୋଇପଡ଼ିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ କରିବା ପାଇଁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ମିଳିଥିବା ସୂଚନା ଅନୁସାରେ ଓମିକ୍ରନ ଭୂତାଣୁର ସର୍ବାଧିକ ସଂକ୍ରାମକ ଭାରିଆଣ୍ଟ ବିଏଫ-୭ର ୩ଟି ମାମଲା ଭାରତରେ ଚିହ୍ନଟ ହୋଇଛି । ଗତ ଅକ୍ଟୋବରରେ ଗୁଜରାଟ ବାୟୋ ଟେକ୍ନୋଲୋଜି ସେଣ୍ଟର ୨ଟି ନମୂନା ଚିହ୍ନଟ ହୋଇଥିବା କହିଥିଲା ଏବଂ ଗୋଟିଏ ନମୂନା ଓଡିଶାର ଥିଲା ବୋଲି ସୂଚନା ମିଳିଛି । ଆରଏମଆରସିର ସୂଚନା ଅନୁସାରେ ଅକ୍ଟୋବର ଶେଷରେ ଜିନୋମ ସିକ୍ୱେନ୍ସିଂ ରିପୋର୍ଟ କେନ୍ଦ୍ରକୁ ଦିଆଯାଇଥିଲା । ସେହି ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥାଇପାରେ । ଏବେ ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ଅନୁସନ୍ଧାନ କରି ପଦକ୍ଷେପ ନେବ ବୋଲି କହିଛି । ଚୀନ୍‌ରେ ମାଡି·ଲିଥିବା କରୋନା ଭୂତାଣୁ ଓଡିଶାରେ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି । କାରଣ ବେଜିଂ ସମେତ ଚୀନର ଅଧିକାଂଶ ସହରରେ ଏବେ କରୋନା ପୁଣି ଦ୍ରୁତ ବେଗରେ ମାଡି·ଲିଛି । ଯାହାକୁ ନିୟନ୍ତ୍ରଣ କରିବା ଜିନ୍‌ପିଙ୍ଗ ସରକାରଙ୍କ ପକ୍ଷେ ଆଉ ସମ୍ଭବ ହେଉନାହିଁ । ଚୀନରେ ଶୂନ୍ୟ କୋଭିଡ ନୀତି ହଟିବା ପରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତି ଘଣ୍ଟାରେ ୨ଗୁଣା ହେଉଛି କୋଭିଡ ସଂକ୍ରମଣ ହାର । ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ ବେଡ୍‌ ମିଳୁନାହିଁ । ଫଳରେ ହସ୍ପିଟାଲ ବାହାରେ ରୋଗୀଙ୍କୁ ରଖିବାକୁ ପଡୁଛି । ଔଷଧ ଅଭାବରୁ ଲୋକେ ଦିନତମାମ କାଉଣ୍ଟର ଆଗରେ ଲମ୍ବା ଲାଇନରେ ଛିଡା ହେଉଛନ୍ତି । କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି·ଲିଛି । ଚୀନରେ ·ଲିଛି ୨୪ ଘଣ୍ଟିଆ ଶବ ସକ୍ରାର । ବିଶେଷଜ୍ଞଙ୍କ ମତରେ ଆଗାମୀ ୩ ମାସ ମଧ୍ୟରେ ଚୀନରେ ୬୦% ଲୋକ କରୋନା ଆକ୍ରାନ୍ତ ହୋଇସାରିଥିବେ । ଏପରିକି ସାରା ବିଶ୍ୱରେ ୧୦% ପ୍ରତିଶତ ଲୋକ ସଂକ୍ରମିତ ହେବା ଆଶଙ୍କା କରାଯାଇଛି ।

Leave A Reply

Your email address will not be published.