ଆସନ୍ତା ଶିକ୍ଷାବର୍ଷରୁ ଏକକାଳୀନ ଦ୍ୱୈତ ଡିଗ୍ରୀରେ ନାମଲେଖା

0 76

ଭୁବନେଶ୍ୱର,୨୩ା୧୨(ଡିକେ ନ୍ୟୁଜ): ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପିଲାଙ୍କୁ ଆସନ୍ତା ଶିକ୍ଷା ବର୍ଷରୁ ଏକକାଳୀନ ଦ୍ୱୈତ ଡିଗ୍ରି କରିବାର ସୁଯୋଗ ମିଳିବ । ଉଚ୍ଚଶିକ୍ଷା ବିଭାଗ ଏନେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ପ୍ରାଥମିକ ଆଲୋଚନା କରିଥିବା ବେଳେ ଆସନ୍ତା ଜାନୁଆରୀ ମାସରେ ଏକାଡେମିକ୍‌ କାଉନସିଲ୍‌ ବୈଠକ ବସିବ । ଏଥିରେ ଉଚ୍ଚଶିକ୍ଷା ପରିଷଦ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାକୁ ଥିବାବେଳେ ନୂଆ ଶିକ୍ଷାନୀତିର କାର୍ଯ୍ୟକାରୀତା ପାଇଁ ଗୁରୁତ୍ୱ ଦିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱୈତ ଡିଗ୍ରି ଅଧ୍ୟୟନ ବାଧ୍ୟତାମୂଳକ ହେବନି । ନାମଲେଖା ସମ୍ପର୍କିତ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ)ର ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ଦୁଇଟି ଯାକ ଡିଗ୍ରି ରେଗୁଲାର୍‌ ମୋଡ୍ରେ ହୋଇ ମଧ୍ୟ ପାରିବ । ଦୁଇଟି ରେଗୁଲାର୍‌ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ରହିବ । ଅର୍ଥାତ ଗୋଟିଏ କୋର୍ସ ପାଇଁ ସକାଳ ସମୟରେ କ୍ଲାସ ହେଉଥିଲେ ଅନ୍ୟଟି ସଂଧ୍ୟା ସମୟରେ ହେବ । କିନ୍ତୁ ଛାତ୍ରଛାତ୍ରୀ ଫିଜିକାଲ୍‌ ମୋଡ୍ରେ ଏକକାଳୀନ ଦୁଇଟି ଡିଗ୍ରିରେ ନାମ ଲେଖାଇ ପାରିବେ ନାହିଁୟ ପ୍ରଥମ କୋର୍ସର ଅତିକମରେ ଏକ ବର୍ଷ ପରେ ହିଁ ଛାତ୍ରଛାତ୍ରୀ ଦ୍ୱିତୀୟ ରେଗୁଲାର କୋର୍ସର ନାମ ଲେଖାଇ ପାରିବେ । ତେବେ ଛାତ୍ରଛାତ୍ରୀ ଗୋଟିଏ ବିଶ୍ୱବିଦ୍ୟାଳୟରେ କିମ୍ବା ଦୁଇଟି ଅଲଗା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେ । ସବିଶେଷ ମାର୍ଗଦର୍ଶିକା ଆକାଡେମିକ୍‌ କାଉନସିଲ୍‌
ବୈଠକ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖୁବଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ।

Leave A Reply

Your email address will not be published.