୬୦ ବର୍ଷର ଗୌରବ ପଥରେ ସୈନିକ ସ୍କୁଲ

0 77

ଭୁବନେଶ୍ୱର,୨୪ା୧୨(ଡିକେ ନ୍ୟୁଜ): ସୈନିକ ସ୍କୁଲର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଦୁଇ ଦିନିଆ ହୀରକ ଜୟନ୍ତୀ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମାଜ ଓ ରାଷ୍ଟ୍ର ଲାଗି ସୈନିକ ସ୍କୁଲର ପ୍ରତିଭାବାନ ଛାତ୍ରଛାତ୍ରୀ ଦେଇଛନ୍ତି ଉଲ୍ଲେଖନୀୟ ଅବଦାନ । ଗୁଣବତ୍ତା ଶିକ୍ଷା ଓ ବ୍ୟକ୍ତିତ୍ୱର ବିକାଶ ଆଦି କ୍ଷେତ୍ରରେ ଏହି ପ୍ରତିଷ୍ଠାନର ପ୍ରମୁଖ ଭୂମିକା ରହିଆସିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୧୯୬୨ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ୱରରେ ସୈନିକ ସ୍କୁଲ ପ୍ରତିଷ୍ଠା ହୋଇଥିଲା । ଦୀର୍ଘ ୬୦ ବର୍ଷର ଗୌରବମଣ୍ଡନ କରିବା ସହ ମହତ୍ୱ ଆଭିମୁଖ୍ୟ ନେଇ ନିଜର ଜୟଯାତ୍ରା ବଜାୟ ରଖିଛି । କେବଳ ଶୈକ୍ଷିକ ଉକ୍ରର୍ଷତାରେ ଶିକ୍ଷାଭିତ୍ତିକ ବ୍ୟବସ୍ଥାର ଶକ୍ତି ନିହିତ ନଥାଏ । ଜ୍ଞାନ, ଆତ୍ମପ୍ରତ୍ୟୟ, ଦାୟିତ୍ୱବୋଧ, ଚିନ୍ତା କରିବାର କ୍ଷମତା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ସଶକ୍ତ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ନବୀନ କହିଛନ୍ତି । ଏହି ଅବସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ମୁକାବିଲା ଅଭିଯାନରେ ସାମିଲ ହୋଇଥିବା ମରଣୋତ୍ତର ସୌର୍ଯ୍ୟଚକ୍ର ବିଜେତା ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର କ୍ୟାପ୍‌ଟେନ ଆଶୁତୋଷ କୁମାରଙ୍କ ପିତାମାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଦୁଇଦିନିଆ ଉତ୍ସବରେ ଆର୍ମି ଡଗ୍‌ସୋ, କାଉଣ୍ଟର ଟେରରଜିମ୍‌ ଡେମନ୍‌ଷ୍ଟେସନ୍‌, ନାଭାଲ ବ୍ୟାଣ୍ଡ, ଏରୋ ଡାଇନୋମିକ୍‌ ସୋ ଅନୁଷ୍ଠିତ ହେବ ।

Leave A Reply

Your email address will not be published.