ଶୁଟିଂ ସେଟ୍‌ରେ ଆତ୍ମହତ୍ୟା କଲେ ତୁନିଶା

0 75

ମୁମ୍ବାଇ, ୨୪ା୧୨: ପୁଣିଥରେ ଟିଭି ଜଗତରୁ ଆସିଛି ଦୁଃଖଦ ଖବର । ଲୋକପ୍ରିୟ ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି । ଶୁଟିଂ ସେଟରେ ହିଁ ସେ ଏପରି ଚରମ ପଦକ୍ଷେପ ନେଇଛନ୍ତି । ତୁନିଶା ଟିଭି ସିରିଏଲ ଅଲୀ ବାବା-ଦାସ୍ତାନ ଇ କବୁଲରେ ଅଭିନୟ କରୁଥିଲେ । ଆଜି ସେ ଶୁଟିଂ ପାଇଁ ଯାଇଥିବା ବେଳେ ସେଠାରେ ଜୀବନ ହାରିଛନ୍ତି । ନାଇଗାଓଁରେ ଆଜି ସିରିଏଲର ଶୁଟିଂ ରହିଥିଲା । ଏଥିପାଇଁ ସେ ସେଟର ମେକ୍‌ରୁମରେ ରହିଥିଲେ । କିନ୍ତୁ ସେଠାରେ ଥିବା ଫ୍ୟାନ ଦ୍ୱାରା ସେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଶୁଟିଂ ସେଟରେ ଥିବା କ୍ରୁ ସଦସ୍ୟ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅଭିନେତା ଶିବିନ ନାରାଙ୍ଗଙ୍କ ସହ ତୁନିଶା ଆଜି ଗୋଟିଏ ମ୍ୟୁଜିକ ଭିଡିଓର ଶୁଟିଂ କରିବାର ଥିଲା । କିନ୍ତୁ ହଠାତ ସେ କାହିଁକି ଆତ୍ମହତ୍ୟା କଲେ, ସେକଥା ଜଣାପଡ଼ିନି । ଆତ୍ମହତ୍ୟା କରିବାର ୫ ଘଣ୍ଟା ପୂର୍ବରୁ ସେ ମେକ ରୁମରୁ ହିଁ ନିଜର ଗୋଟିଏ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ । ହେଲେ ଏହି ୫ ଘଣ୍ଟା ମଧ୍ୟରେ ଏମିତି କ’ଣ ହେଲା ଯେ ସେ ଆତ୍ମହତ୍ୟା କଲେ, ତା’କୁ ନେଇ ପ୍ରଶ୍ନ ଉଠିଛି । ତୁନିଶାଙ୍କ ଆତ୍ମହତ୍ୟା ଖବର ପ୍ର·ର ହେବା ପରେ ପୂରା ଟିଭି ଓ ସିନେମା ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇଯାଇଛି । ତୁନିଶା ଫିତୁର ଓ ବାର ବାର ଦେଖୋ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ । ଇଣ୍ଟରନେଟ ୱାଲା ଲଭ, ଇସକ ସୁଭାନାଲ୍ଲା, ଗାୟବ ଓ ଶେର ଇ ପଞ୍ଜାବ ମହାରାଜ ରଣଜୀତ ସିଂହ ଭଳି ଶୋ’ରେ ନଜର ଆସିଥିଲେ । ୨୦ ବର୍ଷୀୟ ତୁନିଶା ଶିଶୁ କଳାକାର
ଭାବେ ମଧ୍ୟ କାମ କରିଥିଲେ ।

Leave A Reply

Your email address will not be published.