କମିଲା ଶୀତ : ବଢିଲା କୁହୁଡ଼ି

0 69

ଭୁବନେଶ୍ୱର, ୨୬ା୧୨(ଡିକେ ନ୍ୟୁଜ): ତାପମାତ୍ରା ବୃଦ୍ଧି ଯୋଗୁ ଶୀତ ଗାୟବ ହୋଇଛି । ରାଜ୍ୟରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଉପରକୁ ଯାଇଛି । ଗୁରୁ·ପ ବଳୟ ପ୍ରଭାବରେ ରାଜ୍ୟର ସାମୁଦ୍ରିକ ବାୟୁର ପ୍ରଭାବ ସହ ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା ବୃଦ୍ଧି ଏବଂ ଶୀତର ପ୍ରକୋପ ହ୍ରାସ ଘଟିଛି । ସେମିଳିଗୁଡା ୮ ଡ଼ିଗ୍ରୀ, ଜି ଉଦୟଗିରି ୮.୫ ଡ଼ିଗ୍ରୀ, କୋରପୁଟ ୯ ଡ଼ିଗ୍ରୀ ଓ ଫୁଲବାଣୀରେ ୧୦ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ସେହପରି ଟ୍ୱିନ୍‌ସିଟି ଭୁବନେଶ୍ୱରରେ ୧୭.୬ ଡ଼ିଗ୍ରୀ ଓ କଟକରେ ୧୮ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଲିଛି । ସକାଳୁ ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଛି । ୫୦ରୁ ଉର୍ଦ୍ଧ୍ୱ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ ହୋଇପଡିଛି । ଫଳରେ ଯାତାୟାତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକେ । କଟକ ଓ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଛି । କଟକ ଓ ଭୁବନେଶ୍ୱରରେ ୫୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ·ନ୍ଦବାଲି ୬୦ ମିଟର, ପାରାଦୀପରେ ୭୫ ମଟିରର ଘନ କୁହୁଡି ଦୃଶ୍ୟମାନ ହୋଇଛି । ସେହିପରି ପୁରୀରେ ୨୦୦ ମିଟରର ମଧ୍ୟମ ଧରଣର କୁହୁଡ଼ି ଓ ଅନୁଗୁଳରେ ୫୦୦ ମିଟରର ହାଲକା କୁହୁଡି ଦୃଶ୍ୟମାନ ହୋଇଛି ।

Leave A Reply

Your email address will not be published.