ବିଜେଡି ପ୍ରତିଷ୍ଠା ଦିବସରେ ନବୀନଙ୍କ ବାର୍ତ୍ତା ଆଶୀର୍ବାଦ ରହିଲେ ଶହେ ବର୍ଷ ଓଡ଼ିଶାର ସେବା

0 61

ପୁରୀ, ୨୬ା୧୨(ଡିକେ ନ୍ୟୁଜ): ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା । ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତି ମଧ୍ୟରେ ୨୫ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିଆସୁଛି । କୌଣସି ରାଜନୈତିକ ଦଳ ପାଇଁ ଏହା ବହୁତ ବଡ଼ ଉପଲବ୍ଧି । ଏହି କ୍ରମରେ ଆଜି ବିଜୁ ଜନତା ଦଳ ପୁରୀରେ ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣ ପ୍ରାଣରେ ସମର୍ପିତ ସେବା କାର୍ଯ୍ୟ ଜାରି ରଖିବା ପାଇଁ ଦଳୀୟ କର୍ମୀ ଓ ନେତାଙ୍କୁ ଆହ୍ୱାନ ଜଣାଇଛନ୍ତି । ପୁରୀଠାରେ ଆୟୋଜିତ ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ଉଦ୍‌ବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ଆପଣମାନେ ଆଦିବାସୀ, ଦଳିତ, ·ଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ । ଓଡ଼ିଶାରେ ମାଆମାନଙ୍କୁ ମିଶନ ଶକ୍ତି ସ୍ୱତନ୍ତ୍ର ପରିଚୟ ଦେଇଛି । ମୁଁ ସବୁବେଳେ କହି ଆସିଛି ଯେ, ଯଦି ମାଆମାନେ ଶକ୍ତିଶାଳୀ ହୁଅନ୍ତି, ପରିବାରଗୁଡ଼ିକ ଶକ୍ତିଶାଳୀ ହେବେ, ଯଦି ମାଆମାନେ ଶକ୍ତିଶାଳୀ, ରାଜ୍ୟ ଶକ୍ତିଶାଳୀହେବ, ଯଦି ମାଆମାନେ ଶକ୍ତିଶାଳୀ, ଦେଶ ଶକ୍ତିଶାଳୀ ହେବ । ମା’ମାନେ ଆଗକୁ ଆସି ବିଭିନ୍ନ ଦାୟିତ୍ୱ ନିଅନ୍ତୁ । ୨୦୦୦ ମସିହାରେ ଓଡିଶାର ଲୋକମାନେ ଆମକୁ ଆଶୀର୍ବାଦ ଦେଇ ସରକାର ଗଠନ କରିବା ପାଇଁ ଦାୟିତ୍ୱ ଦେଇଥିଲେ । ଆମେ ମଧ୍ୟ ଲୋକମାନଙ୍କ ଆଶୀର୍ବାଦ ପାଇବା ପରେ ସେମାନଙ୍କ ପାଇଁ କାମ କରି·ଲିଛୁ । ଆମର ପ୍ରାଥମିକତା ହେଉଛି ଆମର ମାତାମାନଙ୍କ ସଶକ୍ତିକରଣ । ଆମେ ଦୃଢ ଭାବରେ ବିଶ୍ୱାସ କରୁ ଯେ, ଆମର ମାତାମାନଙ୍କର ବିକାଶ ଓଡିଶାକୁ ଆହୁରି ଆଗକୁ ନେଇଯିବ । ସେଥିପାଇଁ ମିଶନ ଶକ୍ତି ମହିଳା ସଶକ୍ତିକରଣରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଆମେ ସବୁବେଳେ ମା’ମାନଙ୍କ ଉନ୍ନତିକୁ ଅଗ୍ରାଧିକାର ଦେଇ ବିଭିନ୍ନ ପଦକ୍ଷେପ ନେଉଛୁ । ଆଗକୁ ମଧ୍ୟ ନେବୁ । ଏବେ ଆମେ ୨୫ ବର୍ଷ ପୂରଣ କରିଛୁ, ଯଦି ମା’ମାନଙ୍କ ଆଶୀର୍ବାଦ ଆମ ଉପରେ ଏପରି ରହିବ ତେବେ ବିଜେଡି ୨୫ କି ୫୦ ନୁହେଁ, ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବ । ଏଥିସହିତ ସଫଳତାର ୪ଟି ମନ୍ତ୍ର ଉଦ୍‌ବୋଧନ ଜରିଆରେ ଜଣାଇଥିଲେ । ପ୍ରଥମଟି ହେଲା ରାଜବାସୀଙ୍କ ସେବା । ଗୋଟିଏ ଆଞ୍ଚଳିକ ଦଳର ମୁଖ୍ୟ କର୍ତ୍ତବ୍ୟ ରାଜ୍ୟବାସୀଙ୍କ ସେବାକୁ ଏକମାତ୍ର ଏଜେଣ୍ଡା କରି କାମ କରିବା । ବିଜେଡି କେବେ ବି ଏହି ଏଜେଣ୍ଡାରୁ ହଟିନାହିଁ । ଦ୍ୱିତୀୟଟି ହେଲା ବିଜୁବାବୁଙ୍କ ଆଦର୍ଶ ବାଟରେ ଚାଲିବ । ମହାନାୟକ ବିଜୁବାବୁ ଯେଉଁ ରାସ୍ତା ଦେଖାଇଛନ୍ତି ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ । ତୃତୀୟଟି ହେଲା ସ୍ୱଚ୍ଛ ଓ ନିର୍ମଳ ଶାସନ । ଦଳର ସ୍ୱାର୍ଥ ହେଉଛି ଓଡ଼ିଶାବାସୀଙ୍କ ଉନ୍ନତି । ଚତୁର୍ଥଟି ହେଲା ମହିଳା ସଶକ୍ତିକରଣ । ନବୀନ କହିଛନ୍ତି, ୨୦୦୦ ମସିହାରୁ ମା’ମାନଙ୍କ ସଶକ୍ତିକରଣକୁ ବିଜେଡି ଗୁରୁତ୍ୱ ଦେଇଆସିଛି । ମା’ମାନଙ୍କ ଉନ୍ନତିରୁ ଓଡ଼ିଶାକୁ ଆଗକୁ ନେଇହେବ । ଅତୀତ ଓ ଭବିଷ୍ୟତ ସହ ବର୍ତ୍ତମାନ ଦଳର ଫୋକସ୍‌ ଉପରେ ନବୀନ କହିଥିଲେ ଯେ, ସମସ୍ତଙ୍କ ବିକାଶ ସହ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଆମର ଲକ୍ଷ୍ୟ । ବିଜେଡି କୌଣସି ବର୍ଗ କି ଧର୍ମର ନୁହେଁ, ଏହା ସାରା ଓଡ଼ିଶାର । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ପୃଥିବୀରେ ସୁନାମ ଆଣିଛି । ଖାଦ୍ୟ ନିରାପତ୍ତା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଏବେ ଅନ୍ୟ ରାଜ୍ୟକୁ ଚାଉଳ ପଠାଉଛି । ବିଏସ୍‌କେୱାଇ ଭଳି କ୍ରାନ୍ତିକାରୀ ଯୋଜନା ଏବେ ଲୋକଙ୍କ ପାଇଁ ସଞ୍ଜିବନୀ ପାଲଟିଛି । ଜାତୀୟ ଦଳଙ୍କ ଏଜେଣ୍ଡାରେ ଓଡ଼ିଶା କେବେ ବି ଫୋକସ୍‌ରେ ରହିବ ନାହିଁ । ଆଞ୍ଚଳିକ ବିଜେଡି ହିଁ ଓଡ଼ିଶାର ଉନ୍ନତି ଆଣିପାରିବ । ଯାହା ବି ବାର୍ତ୍ତା ଦେଇଛନ୍ତି ତାହା ଲୋକଙ୍କ ପାଖରେ ପହଞ୍ଚାଇବା ସହ ଲୋକଙ୍କ ହୃଦୟ ଛୁଇଁବାର ଦାୟିତ୍ୱ ବିଜେଡି କର୍ମୀ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.