ରାଜ୍ୟ କ୍ୟାବିନେଟ୍‌ରେ ୧୭ ପ୍ରସ୍ତାବ ଉପରେ ମୋହର ଏମ୍‌ଏସ୍‌ଏମ୍‌ଇ ପାଇଁ ନୂଆ ଶିଳ୍ପନୀତ

0 77

ଭୁବନେଶ୍ୱର, ୨୭ା୧୨(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି । ଆଜିର କ୍ୟାବିନେଟ୍‌ ବୈଠକରେ ୟୁପି ସ୍କୁଲ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍‌-ଏଡ୍‌ ଅବଧି ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଠିକ୍‌ ସେହିପରି ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ ପାଇଁ ମଧ୍ୟ ଅବଧିକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ସେବାକୁ କାର୍ଯ୍ୟକାରୀ କରାଯିବ । ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେବ ଓଏସସିଆରଜିପିପି ଦୁର୍ବିପାକ ନିରୋଧୀ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ । ଏଥି ସହିତ ଆଳୁ, ପନିପରିବା, ମସଲା ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରାଯାଇଛି । ଅନ୍ୟପଟେ ଏମଏସଏମଇ ପାଇଁ ନୂଆ ନୀତିକୁ ଅନୁମୋଦନ ଦେଇଛି କ୍ୟାବିନେଟ୍‌ । କୃଷିରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାକୁ ପାଣ୍ଠି ବ୍ୟବସ୍ଥା । ମହିଳା ଏସ୍‌ଏଚ୍‌ଜିଙ୍କୁ କୃଷି ଉଦ୍ୟୋଗୀକରଣ ପାଇଁ ପ୍ରୋତ୍ସାହନ । ଓଡ଼ିଶା ମେଡିକାଲ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ । ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସଂଶୋଧନ । ପ୍ଲସ-୨ ଶିକ୍ଷାରେ ସ୍ୱତନ୍ତ୍ର ବିଶେଷଜ୍ଞ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନୀତି । ୧୯୯୪ ସେପ୍ଟେମ୍ବର ୨୬ରୁ ୨୦୧୩ ମାର୍ଚ୍ଚ ୩୧ ଯାଏଁ ଛାଡ । ଆଦାୟ ହେବ କେନ୍ଦ୍ର, ରାଜ୍ୟ ଓ ଘରୋଇ ଶିଳ୍ପର ବକେୟା ଜଳ ବିଲ୍‌ । ଅନୁଗୁଳ ଜିଲ୍ଲାରେ ୨ଟି ପାଇପ ଦଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରି । ୧୬୮୭ଟି ସ୍ଥାନରେ ବିଏସଏନଏଲକୁ ୨ ହଜାର ବର୍ଗଫୁଟର ୩୦ ବର୍ଷୀଆ ଲିଜ୍‌ । ଏହାଦ୍ୱାରା ଉପକୃତ ହେବେ
୧୭୯୨ଟି ଅପହଞ୍ଚ ଗାଁର ଲୋକେ । ଲିଜ୍‌ ବାବଦରେ ବର୍ଷକୁ ୧ ଟଙ୍କାର ଟୋକନ ମନି ଦେବ ବିଏସ୍‌ଏନ୍‌ଏଲ୍‌ । ଗଞ୍ଜାମ ହିଞ୍ଜିଳିକାଟୁରେ ଶଙ୍କର ନେତ୍ରାଳୟ ଖୋଲିବ ଶାଖା । ନେତ୍ରାଳୟ ଜମିର ଖଜଣା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି । ଲଘୁ ଖଣିଜ ସମ୍ପଦ ଅଧିନିୟମରେ ହେବ ସଂଶୋଧନ ।

Leave A Reply

Your email address will not be published.