ରହସ୍ୟ ଘେରରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରାୟଗଡ଼ାରୁ ମସ୍କୋ ସବୁଠି କମ୍ପନ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

0 66

ଭୁବନେଶ୍ୱର, ୨୭ା୧୨(ଡିକେ ନ୍ୟୁଜ): ରାୟଗଡାରେ ଶନିବାର ଦିନ ସଂନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଋଷ ପର୍ଯ୍ୟଟକ ପାଭେଲ ଆଣ୍ଟୋଭଙ୍କୁ ନେଇ ଏକ ଚମକପ୍ରଦ ଖବର ଆସିଛି । ମୃତ ପାଭେଲ ଋଷ ସଂସଦ ସଦସ୍ୟ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଥିଲେ ବୋଲି ବିବିସି ତା’ର ୱେବସାଇଟରେ ଦାବି କରିଛି । ବିବିସି ଅନୁସାରେ ଋଷୀୟ ସାଂସଦ ପାଭେଲ ନିଜର କିଛି ବନ୍ଧୁଙ୍କ ସହିତ ଓଡ଼ିଶାର ରାୟଗଡ଼ା ବୁଲିବାକୁ ଆସିଥିଲେ । ନଭେମ୍ବର ୨୧ ତାରିଖରେ ପାଭେଲ ନିଜର ଅନ୍ୟ ୩ ଜଣ ବନ୍ଧୁଙ୍କ ସହିତ ରାୟଗଡା ଆସିଥିଲେ । ୨୨ ତାରିଖ ଦିନ ପାଭେଲଙ୍କ ସାଥୀ ଭ୍ଲାଦିମିର ଭିଦେନୋଭଙ୍କର ହୋଟେଲରେ ମୃତ୍ୟୁ ହୋଇଥିଲା । ଭ୍ଲାଦିମିରଙ୍କୁ ହୋଟେଲର ପ୍ରଥମ ମହଲାରେ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କ ପାଖରେ ଗୋଟିଏ ଖାଲି ୱାଇନ୍‌ ବୋତଲ ମିଳିଥିଲା । ଭ୍ଲାଦିମିରଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାର ଦୁଇ ଦିନ ପରେ ଶନିବାର (୨୪ତାରିଖ) ପାଭେଲଙ୍କୁ ହୋଟେଲ ବାହାରେ ମୃତ ଅବସ୍ଥାରେ ଆବିଷ୍କାର କରାଯାଇଥିଲା । ପୋଲିସର ଅନୁମାନ ଯେ, ପାଭେଲ ଆତ୍ମହତ୍ୟା କରିଛନ୍ତି । ପାଭେଲ ଓ ଭ୍ଲାଦିମିର ବାଲ୍ୟବନ୍ଧୁ ଥିଲେ । ଭ୍ଲାଦିମିରଙ୍କ ମୃତ୍ୟୁରେ ଦୁଃଖି ହୋଇ ପାଭେଲ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ପାଭେଲ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ତଦନ୍ତ କରିବ କ୍ରାଇମବ୍ରାଞ୍ଚ (ସିବି-ସିଆଇଡି) । ସିଆଇଡିକୁ ସ୍ଥାନୀୟ ପୋଲିସ ସହଯୋଗ କରିବ । ଆଜି ଏହା କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ସୂଚନାଯୋଗ୍ୟ ଯେ, ବାକି ଦୁଇ ଋଷୀୟ ପର୍ଯ୍ୟଟକ ଏହା ଭିତରେ ଭୁବନେଶ୍ୱର ଫେରିଛନ୍ତି । ତଦନ୍ତ ସରିବା ପର୍ଯ୍ୟନ୍ତ ସେମାନେ ଓଡ଼ିଶାରେ ରହିବେ । ମୃତ ପାଭେଲ ଆଣ୍ଟାନୋଭ୍‌ ଋଷ ରାଜନେତା । ସେ ଋଷ ସଂସଦ ଡୁମାର ସଦସ୍ୟ ଥିଲେ । ନିକଟରେ ସେ ୟୁକ୍ରେନ୍‌ ଯୁଦ୍ଧକୁ ନେଇ ରାଷ୍ଟ୍ରୁପତି ପୁଟିନଙ୍କୁ ସମାଲୋଚନା କରିଥିଲେ । ଯେଉଁଥିପାଇଁ ତାଙ୍କୁ ପୁଟିନ୍‌ ବିରୋଧୀ ବୋଲି କୁହାଯାଇଥିଲା । ତେବେ ପରେ ପାଭେଲ ନିଜ ବୟାନରୁ ଓହରି ଯାଇଥିଲେ । ଋଷର ଗତ ୨୨ ବର୍ଷ ମଧ୍ୟରେ ପୁଟିନଙ୍କୁ ସମାଲୋଚନା କରିଥିବା ଅନକେ ରାଜନେତା, ଶିଳ୍ପପତି ଓ ପୂର୍ବତନ ସୁରକ୍ଷା ଅଧିକାରୀଙ୍କ ହତ୍ୟା ହୋଇ ସାରିଛି । ସେହି ସବୁ ଘଟଣା ସହିତ ରାୟଗଡାର ଘଟଣାକୁ ଯୋଡି ପାଶ୍ଚାତ୍ୟ ମିଡିଆ ଦେଖୁଛି ।

Leave A Reply

Your email address will not be published.