ଏଥର ଜମିବ ଜିରୋ ନାଇଟ୍‌ ସେଲିବ୍ରେସନ

0 75

ଭବନେଶ୍ୱର, ୨୭ା୧୨(ଡିକେ ନ୍ୟୁଜ): ଆଉ ୩ ଦିନ ପରେ ସରିଯିବ ୨୦୨୨ । ଆସିବ ନୂଆ ବର୍ଷ ୨୦୨୩ । ପୁରୁଣା ବର୍ଷକୁ ବିଦାୟ ଜଣାଇବା ସହ ନୂଆ ବର୍ଷକୁ ସ୍ୱାଗତ କରିବାକୁ ରାଜଧାନୀ ଭୁବନେଶ୍ୱର ବାସିନ୍ଦା ଅନାଇ ବସିଛନ୍ତି । ଗତ ଦୁଇ ବର୍ଷ ହେଲା କରୋନା କାରଣରୁ ନୁଆ ବର୍ଷ ପାଳନ ହୋଇପାରିନଥିବାରୁ ଏଥର ନୂଆ ବର୍ଷକୁ ଧୁମ୍‌ଧାମରେ ପାଳନ ପାଇଁ ରାଜଧାନୀର ବିଭିନ୍ନ ହୋଟେଲ, ବାର୍‌ ମଧ୍ୟ ବ୍ୟବସ୍ଥା କରିଛନ୍ତି । ତେଣୁ ରାଜଧାନୀ ଭୁବନେଶ୍ୱରରେ ଜମିବ ଜିରୋ ନାଇଟ୍‌ ସେଲିବ୍ରେସନ । ରାସ୍ତାଘାଟରେ ବି ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ଚେକିଂ ଓ ବ୍ଳକିଂକୁ କଡ଼ାକଡ଼ି କରିବାକୁ ପ୍ରସ୍ତୁତ ହୋଇଛି କମିଶନରେଟ୍‌ ପୋଲିସ । ଚଳିତ ଥର କିଛି କଟକଣା ନିଥିବା କାରଣରୁ ଲୋକ ନୂଆବର୍ଷକୁ ଧୁମଧାମରେ ପାଳନ କରିବେ । ତେବେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ଶନିବାର ଅର୍ଥାତ୍‌ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସ ରାସ୍ତାରେ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି ଭାବେ କରିବ । ସହରର ୨୮ଟି ସ୍ଥାନରେ ଚେକ୍‌ ପୋଷ୍ଟ୍‌ କରାଯିବ । ଯେଉଁମାନେ ଦ୍ରୁତଗତି କିମ୍ବା ବେଆଇନ ଭାବେ ଗାଡ଼ି ଚଲାଉଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ୧୭ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦପିଇ ଗାଡ଼ି ଚଲାଉଥିବା ଲୋକଙ୍କ ଉପରେ ନଜର ରଖାଯିବ । ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ ଓ ୩ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହେବେ । ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ନୂଆ ବର୍ଷରେ ମଦୁଆଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ରାଜଧାନୀ ଭୁବନେଶ୍ୱରରେ ଏଥର ·ଲିବନି ମଦୁଆଙ୍କ ମନମାନୀ । ମଦ ପିଇ ବେପରୁଆ ଭାବରେ ଚଳାଇ ପାରିବେନି ଗାଡି । ଏଥିପାଇଁ ଭୁବନେଶ୍ୱରରେ କଡା ପ୍ରହରା ଦେବ କମିଶନରେଟ ପୋଲିସ । ସେଲିବ୍ରେସନ ପାଇଁ ଏଥର କୌଣସି କଟକଣା ନଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବ ପୋଲିସ ଡିପାର୍ଟମେଣ୍ଟ । ନୂଆବର୍ଷ ପାଇଁ ରାଜଧାନୀର ସୁରକ୍ଷା ସିଷ୍ଟମକୁ ଅପଡେଟ କରୁଛି କମିଶନରେଟ ପୁଲିସ । ଏଥର ପୋଲିସ କଡା ସୁରକ୍ଷା ବଳୟ ଭିତରେ ହେବ ନୂଆବର୍ଷ ସେଲିବ୍ରେସନ । ସେହିପରି ଜିରୋ ନାଇଟ ସେଲିବ୍ରେସନ ହେଉଥିବା
ହୋଟେଲମାନଙ୍କରେ ସ୍ୱତନ୍ତ୍ର ପୋଲିସ ମଧ୍ୟ ଉପସ୍ଥିତ ରହିବେ । କୌଣସି ଖିଲାପ କିମ୍ବା ଆଇନ ବିରୋଧ ଜନିତ କାର୍ଯ୍ୟକଳାପ ରୋକିବାକୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏମାନଙ୍କୁ ସ୍ପେଶାଲ ପାୱାର ଦିଆଯାଇଛି । ଚେକିଂ ଓ ବ୍ଲକିଂ ପାଇଁ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୪ ଅତିରିକ୍ତ ଡିସିପି, ୭ ଏସିପି ଓ ୨୩ ଇନ୍ସପେକ୍ଟରଙ୍କ ସମେତ ମୁତୟନ ହେବେ ୧୩ ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଜନଗହଳିକୁ ନଜରରେ ରଖି ୧୦ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯିବ । ନୂଆବର୍ଷ ଦିନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ସ୍ୱତନ୍ତ୍ର ଅଫିସର ନଜର ରଖିବେ ।

Leave A Reply

Your email address will not be published.