ଆଜି ଅନୁଗୁଳ ଯିବେ ନବୀନ

0 73

ଭୁବନେଶ୍ୱର, ୨୮ା୧୨ (ଡିକେ ନ୍ୟୁଜ୍‌): ଆଜି ଅନୁଗୁଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ବିମାନ ବନ୍ଦରରୁ ହେଲିକପ୍ଟରରେ ଆସି ଦିନ ୧୦.୫୦ରେ ଅନୁଗୁଳ ଷ୍ଟାଡିୟମ୍‌ ପଡ଼ିଆରେ ପହଞ୍ôଚ ସଭାସ୍ଥଳକୁ ଯିବେ । ଅନୁଗୁଳ ଜିଲ୍ଳାର ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହିତ ୧୩ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ବହୁ ପ୍ରତୀକ୍ଷିତ ଅନୁଗୁଳ ବସଷ୍ଟାଣ୍ଡ ଶୁଭାରମ୍ଭ କରାଯିବା ସହ ପାଲଲହଡାରେ ଡାକ୍ତରଖାନା ଓ ତାଳଚେର ପୌରପାଳିକା ଅଧିନରେ ନିର୍ମିତ ହେରିଟେଜ୍‌ର ଶୁଭାରମ୍ଭ କରିବେ । ଏହି ଅବସରରେ ମିଶନ ଶକ୍ତି ମହିଳାଙ୍କୁ ପ୍ରାୟ ୨୪୦ କୋଟି ଟଙ୍କାର ଋଣ ପ୍ରଦାନ ପାଇଁ ଡିଜିଟାଲ ଲଞ୍ଚିଂ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବା ସହିତ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.