ତୁନିଷାଙ୍କ ପରେ ଆତ୍ମହତ୍ୟା କଲେ ୟୁଟ୍ୟୁବର ଲୀନା ନାଗବଂଶୀ

0 74

ମୁମ୍ବାଇ, ୨୮ା୧୨: ଗତ କିଛିଦିନ ହେଲାଣି ଟିଭି ଇଣ୍ଡଷ୍ଟ୍ରୀରେ ଅନେକ ଘଟଣା ଘଟିଛି । ·ଲୁଥିବା ଟିଭି ସିରିଅଲ ଅଲ୍ଲୀ ବାବା ଦାସ୍ତନ ଏ କବୁଲର ସୁଟିଂ ସେଟରେ ୨୦ ବର୍ଷୀୟ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ତେବେ ତୁନିଷାଙ୍କ ମୃତ୍ୟୁକୁ ୪ ଦିନ ହୋଇନଥିବା ବେଳେ ଆଉଜଣେ ଲୋକପ୍ରିୟ ସୋସିଆଲ ମିଡିଆ
ଇନଫ୍ଲୁଏନ୍ସର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଯୁବତୀଙ୍କ ବୟସ ୨୨ ବର୍ଷ । ତୁନିଷାଙ୍କ ପରେ ଲୀନା ନାଗବଂଶୀ ନିଜ ଜୀବନ ହାରିଛନ୍ତି । ଲୀନା ଜଣାଶୁଣା ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଏବଂ ୟୁଟ୍ୟୁବ ଚ୍ୟାନେଲର ହୋଷ୍ଟ ଥିଲେ । ଛତିଶଗଡ ଲୀନା ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ ରହିଥିଲେ । ରିପୋର୍ଟ ମୁତାବକ, ଲୀନା ନାଗବଂଶୀଙ୍କ ମୃତଦେହ ଛାତ ଉପରେ ପଡିଥିବା ମା’ ଦେଖିବାକୁ ପାଇଥିଲେ । ୨୬ ଡିସେମ୍ବର ଦିନରେ ଲୀନାଙ୍କ ମା’ ମାର୍କେଟ ଯାଇଥିଲେ ଏବଂ ଲୀନା ଏକୁଟିଆ ଘରେ ରହିଥିଲେ । ମା’ ମାର୍କେଟରୁ ଫେରିବା ବେଳକୁ ଲୀନାଙ୍କୁ ତାଙ୍କ ରୁମରେ ଦେଖିନଥିଲେ । ତେଣୁ ସେ ଘରର ·ରିଆଡେ ଖୋଜିବା ପରେ ଛାତକୁ ଦେଖିବାକୁ ଯାଇଥିଲେ, ହେଲେ ଛାତର କବାଟ ବନ୍ଦ ରହିଥିବାରୁ ମା’ଙ୍କ ସନ୍ଦେହ ବଢିଥିଲା । ଏହାପରେ ମା’ ଜୋରରେ କବାଟ ଟାଣି ଖୋଲି ଦେଖିବା ବେଳକୁ ଝିଅର ମୃତଦେହ ଛାତରେ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ମୃତ ଲୀନାଙ୍କ ମା’ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପୋଲିସ ଏହି ଘଟଣା ଆତ୍ମହତ୍ୟା ବୋଲି ଅନୁମାନ କରୁଛି । ଏହାକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି ପୋଲିସ ।

Leave A Reply

Your email address will not be published.