ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଲୋକଙ୍କ ପାଇଁ ଭଲ କାମ କର

0 71

ଭୁବନେଶ୍ୱର, ୧ା୧(ଡିକେ ନ୍ୟୁଜ): କୋଭିଡ୍‌ କଟକଣା ହଟିବା ପରେ ଜମିଛି ନୂଆବର୍ଷ ପାଳନ । ପରସ୍ପରକୁ ଶୁଭେଚ୍ଛା ଜଣାଇ ନୂଆବର୍ଷ ଭଲରେ କଟିବ ବୋଲି ସମସ୍ତେ କାମନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି । ନବୀନ ନିବାସରେ ପହଞ୍ôଚ ବିଜେଡି ନେତା ଓ କର୍ମୀ ପ୍ରିୟନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଟୁକୁନି ସାହୁ, ସମୀର ଦାସ, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ଶ୍ରୀମୟୀ ମିଶ୍ରଙ୍କ ଭଳି ପ୍ରମୁଖ ନେତା ନବୀନ ନିବାସରେ ପହଞ୍ôଚ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେବଳ ବିଧାୟକ ମନ୍ତ୍ରୀ ନୁହନ୍ତି, ତୃଣମୂଳ ସ୍ତରର ନେତା ବି ଦଳୀୟ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଭିନନ୍ଦନ ଜଣାଇବାକୁ ନବୀନ ନିବାସରେ ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ମଧ୍ୟ ରାଜ୍ୟବାସୀଙ୍କ ପାଇଁ ଭଲ କାମ ଜାରି ରଖିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଶାସନିକ ଅଧିକାରୀମାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହିତ ଲୋକଙ୍କ ପାଇଁ ଅହରହ ସେବା କରିବାକୁ କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କ ସହ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଥିଲେ । ସେହିପରି ପାୱାର କରିଡରରେ ବି ଦେଖିବାକୁ ମିଳିଥିଲା ନୂଆବର୍ଷର ଝଲକ । ବହୁ ବରିଷ୍ଠ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ଏଥିସହିତ ପୋଲିସ ଡିଜି ଏବଂ ପୋଲିସ ପ୍ରଶାସନର ବହୁ ଅଧିକାରୀ ମଧ୍ୟ ମୁଖ୍ୟ ସଚିବଙ୍କୁ ଦେଖାକରି ନବବର୍ଷର ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.