ଭୟଙ୍କର ଦୁର୍ଘଟଣା ଯୁବତୀଙ୍କୁ ୧୦ କିମି ଯାଏଁ ଘୋଷାଡ଼ି ନେଲା କାର

0 68

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ଏକ କାର ୧୦ କିମି ଯାଏଁ ଘୋଷାଡ଼ି ଘୋଷାଡ଼ି ନେବଫଳରେ ତାଙ୍କର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଝିଅଟି କୌଣସି କାରଣରୁ କାରରେ ଫସିଯାଇଥିଲା । ଯାହାଦ୍ୱାରା କାରଟି ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା । ଏମିତିକି ପ୍ରାୟ ୧୦ କିମି ଯାଏଁ ଝିଅଟି ଘୋଷାଡ଼ି ହୋଇଯାଇଥିବା ଯୋଗୁଁ ତାଙ୍କର ସମସ୍ତ ହାଡ଼ ଭାଙ୍ଗିଯିବା ସହ ଦେହରେ ପୋଷାକ ମଧ୍ୟ ରହିନଥିଲା । ଫଳରେ ଯୁବତୀ ଜଣକଙ୍କ ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଦେଶର ସବୁଠୁ ବଡ଼ ଓ ଯନ୍ତ୍ରଣାଦାୟକ ଦୁର୍ଘଟଣା ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ସୁଲତାନପୁରୀ ପୋଲିସ ଏକ ମାମଲା ରୁଜୁ କରିବା ସହ କାରରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଦେଇଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ସମ୍ପୃକ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଅଭିଯୁକ୍ତ ଯୁବକ ମାନେ ମଦ୍ୟପାନ କରି ଗାଡ଼ିରେ ଜୋର ଗୀତ ଲାଗଇ ଥିବା କାରଣରୁ ଏପରି ହୋଇଥିବା ସେ ଜାଣିପାରି ନାହାନ୍ତି ବୋଲି ସେ କହିଛନ୍ତି । ଝିଅଟି ତାର ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏପରି ହୋଇଥିବା ପୋଲିସ କହିଛି ।

Leave A Reply

Your email address will not be published.