ରୁଷ ସାଂସଦଙ୍କ ମୃତ୍ୟୁ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ ପୋଲ୍‌ ଖୋଲିବ ଇଣ୍ଟରପୋଲ୍‌

0 95

ଭୁବନେଶ୍ୱର/ରାୟଗଡ଼ା,୧ା୧(ଡିକେ ନ୍ୟୁଜ): ଦୁଇ ଜଣ ଋଷୀୟ ନାଗରିକ ରାୟଗଡ଼ାର ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ମୃତ୍ୟୁ ଘଟଣାରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ ପ୍ରତିକ୍ରିୟା ଦେଇଛନ୍ତି । ଡିଜିପି ବଂଶଲ କହିଛନ୍ତି ଯେ, ପାଭେଲ୍‌ ଆନ୍ଥେଭ ଓ ବିଦାନୋଭ ମୃତ୍ୟୁ ଘଟଣାରେ ଦକ୍ଷ ଅଫିସର ତଦନ୍ତ କରୁଛନ୍ତି । ତଏ ଯାଏଁ କୌଣସି ଫାଉଲ ପ୍ଲେ ନାହିଁ । ଯଦି ଆବଶ୍ୟକ ପଡେ଼, ପୋଲିସ ଇଣ୍ଟରପୋଲର ସହାୟତା ନେବୟ ଋଷୀୟ ନାଗରିକ ଗ୍ଲାଗୋଲେଭ ଆଣ୍ଡ୍ରିଭ ଭଳି ଘଟଣାରେ ଗୁଇନ୍ଦା ବିଭାଗ ଗତିବିଧି ଉପରେ ନଜର ରଖିଛି । ଆବଶ୍ୟକ ହେଲେ ଓଡ଼ିଶା ପୋଲିସ କାର୍ଯ୍ୟାନୁଷ୍ଠାନ ନେବ । ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଇଣ୍ଟରପୋଲ ସହାୟତା ନେଇପାରେ କ୍ରାଇମବ୍ରାଞ୍ଚ । ପାଭେଲ୍‌ ଆନ୍ଥେଭଙ୍କ ମୋବାଇଲ୍‌, ପାସ୍‌ପୋର୍ଟ, ନଗଦ (ଡଲାର୍‌) ଜବତ ପରେ ଏହି ଦିଗରେ ଚିନ୍ତା କରୁଛି । ମୃତ୍ୟୁ ପୂର୍ବରୁ ଆନ୍ଥେଭ କାହା ସହ ମୋବାଇଲରେ ·ଟ୍‌ କରିଥିଲେ, କାହାକୁ ଇ-ମେଲ୍‌ କରିଥିଲେ ଏବଂ ଫୋନ୍‌ କଲର ସବିଶେଷ ତଥ୍ୟ ହାସଲ ପାଇଁ ଇଣ୍ଟରପୋଲ୍‌ ସହାୟତା ଲୋଡ଼ିବ । ଏଥି ସହ ଦୁଇ ପର୍ଯ୍ୟଟକ ବିଦାନୋଭ, ଆନ୍ଥେଭଙ୍କ ଶେଷକୃତ୍ୟ ହୋଇଥିବା ସିରିଗୁଡ଼ା ଶ୍ମଶାନରୁ ଶନିବାର ଦିନ ହାଡ଼, ପାଉଁଶ ଜବତ କରିଛି କ୍ରାଇମବ୍ରାଞ୍ଚର ଫରେନସିକ୍‌ ଟିମ୍‌ । ଖୁବ ଶୀଘ୍ର ହୋଟେଲ କର୍ମ·ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ସିବି (ସିଆଇଡି) ଟିମ୍‌ । କ୍ରାଇମବ୍ରାଞ୍ଚ ଟିମ୍ର ତଦନ୍ତ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ ପୋଲିସ୍‌, ଡାକ୍ତରୀ ଟିମ୍‌ ଓ ହୋଟେଲ୍‌ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛି ।ହୋଟେଲର ୩୧୯ ଓ ୪୦୧ନମ୍ବର ରୁମ୍‌କୁ ଯାଞ୍ଚ କରି ଆଉ କିଛି ସୁରାକ୍‌ ହାସଲ କରିଛି । ତଦନ୍ତ ପାଇଁ ଆବଶ୍ୟକ ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ଡିଏସ୍‌ପି ସରୋଜକାନ୍ତ ମହାନ୍ତ ସୂଚନା ଦେଇଛନ୍ତି । ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଭୁବନେଶ୍ୱର ଫେରିଯିବା ସମ୍ଭାବନା ଥିବାରୁ ଆଜି ଟିମ୍‌ ପୁଣି ହୋଟେଲ୍‌ କର୍ତ୍ତୃପକ୍ଷ, ଡାକ୍ତରୀ ଟିମ୍‌ ସହ ଅଲଗା ଅଲଗା ଆଲୋଚନା କରିଛି । ଘଟଣା ପୂର୍ବରୁ ଡିସେମ୍ବର ୧ରୁ ୨୭ତାରିଖ ପର୍ଯ୍ୟନ୍ତ ହୋଟେଲକୁ କେଉଁ କେଉଁ ପର୍ଯ୍ୟଟକ କେଉଁ ଅଞ୍ଚଳରୁ ଆସିଥିଲେ ତାହାର ରିପୋର୍ଟ ମଧ୍ୟ ସଂଗ୍ରହ କରିଛି ।

Leave A Reply

Your email address will not be published.