ଦେଶରେ ବଢ଼ୁଛି ବେରୋଜଗାରୀ

0 81

ନୂଆଦିଲ୍ଲୀ, ୧ା୧: ଦେଶରେ ବେରୋଜଗାରୀ ହାର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଡିସେମ୍ବର ମାସରେ ବେରୋଜଗାରୀ ହାର ୮.୩ ପ୍ରତଶତରେ ପହଞ୍ôଚଛି । ଏହା ଗତ ୧୬ ମାସ ମଧ୍ୟରେ ସର୍ବାଧିକ ବେରୋଜଗାରୀ ହାର ବୋଲି କୁହାଯାଉଛି । ଏହି ରିପୋର୍ଟଟି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ତରଫରୁ ଜାରି କରାଯାଇଛି । ନଭେମ୍ବର ମାସରେ ବେରୋଜଗାରୀ ହାର ୮ ପ୍ରତିଶତ ଥିଲା । ରିପୋର୍ଟ ମୁତାବକ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ବେରୋଜଗାରୀ ହାର ଅଧିକ ରହିଛି । ଡିସେମ୍ବର ମାସରେ ସହରାଞ୍ଚଳରେ ବେରୋଜଗାରୀ ହାର ୧୦.୦୯ପ୍ରତିଶତ ରହିଥିବା ବେଳେ ଏହି ପରିସଂଖ୍ୟାନ ଗ୍ରାମାଞ୍ଚଳରେ ୭.୪୪ ପ୍ରତିଶତ ରହିଛି । ସେପଟେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାର ପାଇଁ ଉଚ୍ଚ ମୁଦ୍ରାସ୍ପୀତିକୁ ରୋକିବା, ଯୁବକଙ୍କ ପାଇଁ ରୋଜଗାରର ନୂଆ ଅବସର ସୃଷ୍ଟି କରିବା ଭଳି ବଡ ଚ୍ୟାଲେଞ୍ଜ ଦେଖା ଦେଇଛି । ଅନ୍ୟପଟେ କଂଗ୍ରେସ ତରଫରୁ ଦରବୃଦ୍ଧି, ବେରୋଜଗାର ଓ ବିଭାଜନକାରୀ ରାଜନୀତି ଭଳି ପ୍ରସଙ୍ଗରେ ଭାରତ ଯୋଡ ଯାତ୍ରା ଆରମ୍ଭ କରାଯାଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ନଭେମ୍ବର ମାସରେ ଜାରି କରଯାଇଥିବା ରିପୋର୍ଟ ମୁତାବକ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ତ୍ରୈମାସିକ ବେରୋଜଗାରୀ ଦର ଗତ ତ୍ରୈମାସିକ ତୁଳନାରେ ୭.୬ ପ୍ରତିଶତକୁ କମି ୭.୨ ପ୍ରତିଶତରେ ପହଞ୍ôଚସାରିଥିଲା । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ରିପୋର୍ଟ ମୁତାବକ ଡିସେମ୍ବର ମାସରେ ହରିଆଣାରେ ବେରୋଜଗାରୀ ଦର ବୃଦ୍ଧି ପାଇ ୩୭.୪ ପ୍ରତିଶତ, ଏହା ତଳକୁ ରାଜସ୍ଥାନରେ ୨୮.୫ ପ୍ରତିଶତ ଓ ଦିଲ୍ଲୀରେ ୨୦.୮ ପ୍ରତିଶତରେ ପହଞ୍ôଚସାରିଛି ।

Leave A Reply

Your email address will not be published.