ଆଇଏମ୍‌ଏଫ୍‌ ମୁଖ୍ୟଙ୍କ ଚେତାବନୀ ୨୦୨୩ରେ ବିଶ୍ୱରେ ଦେଖାଦେବ ଭୟାବହ ମାନ୍ଦାବସ୍ଥା

0 47

ନୂଆଦିଲ୍ଲୀ, ୨ା୧: ବିଶ୍ୱ ଅର୍ଥବ୍ୟବସ୍ଥାକୁ ନେଇ ଚେତାବନୀ ଦେଇଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) । ଆଇଏମଏଫ୍‌ ମୁଖ୍ୟ କ୍ରିଷ୍ଟଲୀନା ଜାର୍ଜିଭର ୨୦୨୩ରେ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ନେଇ ଚେତାବନୀ ଦେଇଛନ୍ତି । ଚଳିତ ବର୍ଷ ବୈଶ୍ୱିକ ଅର୍ଥବ୍ୟବସ୍ଥା ଏକ ତୃତୀୟାଂଶ ମାନ୍ଦାବସ୍ଥା ଦେଇ ଗତି କରିବ । ଆମେରିକା, ୟୁରୋପୀୟ ସଂଘ ଏବଂ ଚୀନରେ ମାନ୍ଦାବସ୍ଥା ରହିବା ସହ ଚଳିତବର୍ଷ ୨୦୨୨ ତୁଳନାରେ ଅଧିକ କଠିନ ରହିବ ବୋଲି ଚେତାବନୀ ଦେଇଛନ୍ତି କ୍ରିଷ୍ଟଲୀନା । ଏକ ସାକ୍ଷାତକାରରେ ଏଭଳି ଚେତାବନୀ ଦେଇଛନ୍ତି କ୍ରିଷ୍ଟଲୀନା । ସୂଚନାଯୋଗ୍ୟ, ୧୦ ମାସ ବିତିଥିଲେ ବି ଋଷ-ୟୁକ୍ରେନ ଯୁଦ୍ଧ ଶେଷ ହେଉନାହିଁ, ମୁଦ୍ରାସ୍ଫୀତି ବଢ଼ୁଛି, ଉଚ୍ଚ ସୁଧହାର ଏବଂ ଚୀନରେ କରୋନା ଭାଇରସ ସଂକ୍ରମଣ ବଢ଼ିଥିବା ବେଳେ କ୍ରିଷ୍ଟଲୀନାଙ୍କ ଚେତାବନୀକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥିତି ଏଭଳି ହୋଇପାରେ ଯେଉଁଠାରେ ମାନ୍ଦାବସ୍ଥା ନାହିଁ ସେଠାରେ ମଧ୍ୟ କୋଟି କୋଟି ଲୋକଙ୍କ ପାଇଁ ମାନ୍ଦାବସ୍ଥା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ । ଏହାପୂର୍ବରୁ ଆଇଏମଏଫ୍‌ ଗତବର୍ଷ ଅକ୍ଟୋବରରେ ୨୦୨୩ ଆର୍ଥିକ ବୃଦ୍ଧି କମିବା ନେଇ ଅନୁମାନ କରିଥିଲା । ଆଇଏମଏଫ୍‌ କହିଥିଲା ଯେ ବୈଶ୍ୱିକ ବୃଦ୍ଧି ହାର ୨୦୨୨ରେ ୩.୨ ପ୍ରତିଶତ ଏବଂ ୨୦୨୩ରେ ହ୍ରାସ ୨.୭ ହେବା ନେଇ ଅନୁମାନ କରିଛି । ୨୦୨୧ରେ ଏହା ୬ ପ୍ରତିଶତ ଥିଲା । ବୈଶ୍ୱିକ ଆର୍ଥିକ ସଙ୍କଟ ଏବଂ କୋଭିଡ୍‌-୧୯ ମହାମାରୀ ସମୟକୁ ବାଦ୍‌ ଦେଲେ ଏହା ୨୦୦୧ ପରେ ଏହି ଆର୍ଥିକ ବୃଦ୍ଧି ସବୁଠୁ କମ୍‌ । କ୍ରିଷ୍ଟଲୀନା କହିଛନ୍ତି ଆଗାମୀ ଏକରୁ ଦୁଇ ମାସ ଚୀନ ପାଇଁ କଠିନ ହେବ ଏବଂ ବୈଶ୍ୱିକ ବୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ହେବ ।

Leave A Reply

Your email address will not be published.