ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଛିଡ଼ା ହେବ ବିଜେଡି ମିଡ଼ିଆ ଟିମ

0 68

ଭୁବନେଶ୍ୱର, ୩ା୧(ଡିକେ ନ୍ୟୁଜ): ଗତ ଡିସେମ୍ବର ୩୧ ତାରିଖରେ ପୁନର୍ଗଠିତ ହୋଇଥିବା ବିଜେଡିର ନୂଆ ମିଡିଆ ଟିମ୍‌ ଆଜି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନୀବନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବିଜେଡିର ଜାତୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୂ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ହକ୍‌ ଓ ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କର ଯେଉଁ ଆଭିମୁଖ୍ୟ ରହିଛି ତାହାକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବ ମିଡ଼ିଆ ଟିମ୍‌ । ବିଜେଡିର ମିଡ଼ିଆ ଟିମ୍‌ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଛିଡା ହୋଇ ରହିବ । ବିଜେଡିର ଲୋକାଭିମୁଖୀ କାର୍ଯ୍ୟ ଓ ଓଡ଼ିଶାର ହକ୍‌ ପାଇଁ ବିଭିନ୍ନ ପ୍ଲାଟଫର୍ମରେ ଶାଣିତ ଢଙ୍ଗରେ ସ୍ୱର ଉଠାଇ ଓଡ଼ିଶାବାସୀଙ୍କ ପାଖରେ ପ୍ରକୃତ ତଥ୍ୟ ପହଞ୍ଚାଇବା ଉଦ୍ୟମ ଜାରି ରଖିବ ଏହି ଟିମ୍‌ । ଆଗକୁ ନିର୍ବାଚନ ଅଛି, ରାଜ୍ୟର ସ୍ୱାର୍ଥ କଥା ଉଠାଇବୁ । ରାଜ୍ୟ ସରକାରଙ୍କ ପ୍ରହରୀ ହେବୁ । ମିଡିଆ ଟିମ ବହୁତ ଉତ୍ସାହିତ ବୋଲି କହିଛନ୍ତି ସସ୍ମିତ । ସାଂସଦ ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ବିକାଶ ଓ ପ୍ରଗତି ପାଇଁ ବିଜେଡି କାମ କରୁଛି । ଏଇ ବିକାଶ ଓ ପ୍ରଗତିକୁ ବିଜେଡି ଲୋକଙ୍କ ପାଖକୁ ଯିବ । ବିରୋଧୀ ଦଳ ବିରୋଧ କରିବେ କିନ୍ତୁ ଓଡିଶାବାସୀଙ୍କ ସ୍ୱାର୍ଥରେ ବିଜେଡି ରହିଛି । ସୂଚନାଯୋଗ୍ୟ ଗତ ଦୁଇଦିନ ତଳେ ମିଡ଼ିଆ ଟିମର ପୁନର୍ଗଠନ କରିଥିଲା ବିଜେଡି । ଲେନିନ୍‌ ମହାନ୍ତିଙ୍କୁ ଗଣମାଧ୍ୟମ ସଂଯୋଜକ ଓ ମଧୁସ୍ମିତା ନାୟକଙ୍କୁ ଗଣମାଧ୍ୟମ ସହ ସଂଯୋଜକ ଭାବେ ନୂଆ ଦାୟିତ୍ୱ ମିଳିଥିବା ବେଳେ ୬ ଜଣଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଥିଲା ବିଜୁ ଜନତା ଦଳ । ସାଂସଦ ମାନସ ମଙ୍ଗରାଜଙ୍କ ସମେତ ପ୍ରସନ୍ନ ଆ·ର୍ଯ୍ୟ, ସସ୍ମିତ ପାତ୍ର, ଶର୍ମିଷ୍ଠା ସେଠୀ,
ପିନାକୀ ମିଶ୍ର, ଅମର ପଟ୍ଟନାୟକଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିଭଳି ୧୬ ଜଣଙ୍କୁ ମୁଖପାତ୍ର ଦାୟିତ୍ୱ ମିଳିଥିଲା । ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ଲେନିନ୍‌ ମହାନ୍ତି, ସୁଲତା ଦେଓ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ହରୀଶ ଚୌଧୁରୀ, ଗୌତମବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ୍‌ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀଙ୍କୁ ମୁଖପାତ୍ର ଦାୟିତ୍ୱ ଦେଇଛି ଦଳ । ସେହିଭଳି ୯ ଜଣଙ୍କୁ ମିଡ଼ିଆ ପ୍ୟାନେଲିଷ୍ଟ ଦାୟିତ୍ୱ ଦେଇଛି ବିଜେଡି । ଇପ୍‌ସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲମ, ମହିକସୀତା ମିଶ୍ର, ଲୋରା ମହାପାତ୍ର, ସ୍ୱାଗତିକା ମହାନ୍ତି, ମିହିର ରାୟ, ସ୍ୱୟଂ ପ୍ରକାଶ ମହାପାତ୍ର ଓ ଅପୂର୍ବା ଅପରୁପାଙ୍କୁ ମିଡ଼ିଆ ପ୍ୟାନେଲିଷ୍ଟ ଦାୟିତ୍ୱ ମିଳିଛି ।

Leave A Reply

Your email address will not be published.