ସଂଘାଇରେ ଜନସଂଖ୍ୟାର ୭୦ ପ୍ରତିଶତ କରୋନା ସଂକ୍ରମିତ

0 64

ନୂଆଦିଲ୍ଲୀ: ଚୀନରେ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଲୋକଙ୍କୁ ହସ୍ପିଟାଲରେ ସ୍ଥାନ ମିଳୁ ନଥିବା ଭିଡିଓ ସାମନାକୁ ଆସୁଛି । ଶ୍ମଶାନ ଗୁଡିକରେ ମୃତ ଶରୀରର ଲମ୍ୱା ଲାଇନ ଲାଗି ରହିଛି । ଦେଶରେ ଜରୁରୀ ଔଷଧ ଗୁଡିକର ଭୟଙ୍କର ସଂକଟ ରହିଛି । ଏହାରି ଭିତରେ ସଂଘାଇର ଏକ ବଡ଼ ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କରିଛନ୍ତି ଯେ ମାମଲା ବୃଦ୍ଧି ସମୟରେ ସହରରେ ୭୦ ପ୍ରତିଶତ ଲୋକେ ସଂକ୍ରମିତ ହୋଇପାରନ୍ତି । ଚୀନରେ କରୋନା ଭାଇରାସ ବିରୋଧରେ କଠୋର ନୀତି ଆପଣା ଯାଇଥିଲା । ଏହାକୁ ନେଇ ଲୋକଙ୍କ ମଧ୍ୟ ବେଶ ଆକ୍ରୋଶ ଦେଖିବାକୁ ମିଳିଥିଲା । ପରେ ସରକାର ନୀତିରେ କହୋଳ କରିଥିଲେ, ଏବେ ସ୍ଥିତି ଅଣାୟତ୍ତ ହୋଇଛି । ଏବେ ସେଠାରୁ ଆସୁଥିବା ଅନେକ ରିପୋର୍ଟ ଲୋକଙ୍କୁ ଭୟଭିତ କରାଉଛି । ରାଇଜିନ ହସ୍ପିଟାଲର ଭାଇସ୍‌ ପ୍ରେସିଡେଣ୍ଟ ଏବଂ ସଙ୍ଘାଇ କୋଭିଡ୍‌ ବିଶେଷଜ୍ଞ ପରାମର୍ଶ ପ୍ୟାନେଲର ସଦସ୍ୟ ଚେନ ଏର୍ଜେନ ଅନୁମାନ କରିଛନ୍ତି ଯେ ସହରର ୨୫ ମିଳିୟନରୁ ଅଧିକ ଲୋକେ ସଂକ୍ରମିତ ହୋଇପାରନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସଂଘାଇରେ ମହାମାରୀର ପ୍ରକୋପ ଅଧିକ ରହିଛି ଏବଂ ଏହା ଜନସଂଖ୍ୟାର ୭୦ ପ୍ରତିଶତକୁ ସଂକ୍ରମିତ କରିପାରେ । ନିକଟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସ୍ୱୀକାର କରିଥିଲେ ଯେ ସାରା ଦେଶରେ କରୋନାର ବର୍ତ୍ତମାନର ଲହର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି ଏବଂ ଏହା ଏକ ବଡ଼ ଆହ୍ୱାନ । ଦେଶ ବର୍ତ୍ତମାନ ସମୟରେ ଅଦ୍ଭୂତପୂର୍ବ ପରିସ୍ଥିତି ଦେଇ ଗତି କରୁଛି ।

Leave A Reply

Your email address will not be published.