ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ୨୫ରୁ ୩୦ ଆତଙ୍କବାଦୀ ସର୍ଚ୍ଚ ଅପରେସନ ଜୋରଦାର, ସୁରକ୍ଷା ବ୍ୟବସ୍ଥା କଡାକଡ

0 64

ଶ୍ରୀନଗର : ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଏବେ ସାଧାରଣ ଜନତା । ସୀମାରେ ଅଳ୍ପସଂଖ୍ୟକଙ୍କ ସ୍ଥିତି ଏବେ ଉଦବେଗଜନକ ହୋଇପଡିଛି । ଜାମ୍ମୁ କାଶ୍ମୀରରେ ଗତ ଦୁଇ ଦିନରେ ୬ ହିନ୍ଦୁଙ୍କୁ ଆତଙ୍କବାଦୀମାନେ ହତ୍ୟା କରିସାରିଲେଣି । ରିପୋର୍ଟ ମୁତାବକ, ଏଲ୍‌ଓସି ପାର କରି ଅନେକ ସଂଖ୍ୟାରେ ପାକିସ୍ତାନୀ ଆତଙ୍କବାଦୀ ଭାରତ ମଧ୍ୟକୁ ପ୍ରବେଶ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ରବିବାର ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାରେ ଘରେ ପଶି ୭ ଜଣଙ୍କୁ ଗୁଳିମାଡ କରିଥିଲେ ଆତଙ୍କବାଦୀ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର ଦିନକ ପରେ ଅର୍ଥାତ ରବିବାର ଆଉ ଏକ ଘରେ ପଶି ଆଇଟି ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୨ ସମ୍ପର୍କୀୟ ଭାଇ (ଜଣଙ୍କ ବୟସ ୪ ଓ ଅନ୍ୟ ଜଣଙ୍କ ବୟସ ୧୬)ଙ୍କ ମୃତ୍ୟୁ ଘଟିଥିଲା । ମିଳିଥିବା ସୂଚନା
ଅନୁସାରେ, ୨୫ ରୁ ୩୦ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପାକିସ୍ତାନ ଦ୍ୱାରା ନିର୍ମିତ ଲଞ୍ଚିଂ ପ୍ୟାଡ୍‌ଗୁଡିକୁ ବ୍ୟବହାର କରି ଭାରତୀୟ ସୀମାରେ ପଶିବାକୁ ଚାହୁଁଛନ୍ତି ଆତଙ୍କୀ । ଜୈଶ-ଇମହମ୍ମଦ ଓ ଲସ୍କର-ଇ-ତୋଏବା ଆତଙ୍କୀ ସଂଗଠନର ସଦସ୍ୟମାନେ ଜାମ୍ମୁ କାଶ୍ମୀରର ସାଧାରଣ ଜନତା ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ୍‌ କରିବାକୁ ଯୋଜନା କରୁଛନ୍ତି । ରଜୌରୀ ଢାଙ୍ଗରୀ ଗାଁରେ ଆତଙ୍କବାଦୀମାନେ ୬ ଜଣଙ୍କୁ ହତ୍ୟା କରିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଜାମ୍ମୁ ୱେଷ୍ଟ ଆସେମଲି ମୁଭମେଣ୍ଟ ଏବଂ କାଶ୍ମୀର ପଣ୍ଡିତମାନେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୁଦ୍ଧରେ କଠୋ କାର୍ଯ୍ୟାନୁଷ୍ଠାନ ନେବା ସହିତ ଆତଙ୍କବାଦର ମୁଳତ୍ପାଟନ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.