ନବନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କୁ ନବୀନଙ୍କ ମନ୍ତ୍ର ଲୋକଙ୍କୁ ଉତ୍ସର୍ଗୀକୃତ ସେବା ଯୋଗାଅ

0 66

ଭୁବନେଶ୍ୱର, ୪ା୧ (ଡିକେ ନ୍ୟୁଜ୍‌): ଓଡ଼ିଶାର ବିକାଶ ମୂଳଲକ୍ଷ୍ୟ । ରୂପାନ୍ତରଣ ପ୍ରକ୍ରିୟାରେ ଓଡ଼ିଶାକୁ ଆଜି ନେତୃତ୍ୱ ନେବାର ସ୍ଥାନ ମିଳିଛି । ସବୁ ବର୍ଗଙ୍କ ପାଖରେ ରାଜ୍ୟ ସରକାର ପହଞ୍ôଚଛନ୍ତି । ଏଥିପାଇଁ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ନବନିଯୁକ୍ତ ୨୦୨୦ ବ୍ୟାଚ୍‌ ଓଡ଼ିଶା ସିଭିଲ୍‌ ସେବା ଅଧିକାରୀଙ୍କୁ ଏପରି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସେବା କରିବାକୁ ସୁଯୋଗ ଦେଇଥିବାରୁ ସେମାନଙ୍କ ଇଚ୍ଛା ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆମ କାର୍ଯ୍ୟର ସ୍ୱଚ୍ଛତା ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବ । ସମର୍ପିତ ଭାବ ନେଇ ରାଜ୍ୟବାସୀଙ୍କ ସେବା କରିବା ସହିତ ୫-ଟି ମୂଳମନ୍ତ୍ର ନେଇ ପ୍ରତି କ୍ଷେତ୍ରରେ କାମ କଲେ ନିଶ୍ଚିତ ସଫଳତା ମିଳିବ । ଅଧିକାରୀଙ୍କ ପାଇଁ ଆଜି ନୂଆ ଓଡ଼ିଶା ଏବଂ ସଶକ୍ତ ଓଡ଼ିଶା ଗଠନ ସମ୍ଭବ ହୋଇଛି । ଗଣତନ୍ତ୍ରରେ ଲୋକମାନେ ହେଉଛନ୍ତି ମାଲିକ । ତେଣୁ ସେମାନଙ୍କ ସେବାରେ ଉତ୍ସର୍ଗୀକୃତ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିପର୍ଯ୍ୟୟ ମୁକାବିଲାରେ ସଫଳତା, ଓଡ଼ିଶାକୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ କରିବା, ରାଜ୍ୟକୁ କ୍ରୀଡ଼ା ହବ୍‌ କରିବା, ପୁଞ୍ଜିନିବେଶ ଆଣିବା ପାଇଁ ଉଦ୍ୟମ ଯୋଗୁ ଆଜି ସାରା ରାଜ୍ୟରେ ଓଡ଼ିଶା ସାଜିଛି ଉଦାହରଣ । ସେହପରି ମହିଳା ସଶକ୍ତିକରଣ ଦିଗରେ କାମ କରିବା ପ୍ରାଥମିକତା ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପେନସନ୍‌ ଅଦାଲତ ପାଇଁ ଅନଲାଇନ୍‌ ପଞ୍ଜିକରଣ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ୫-ଟି ସଂସ୍କାରରେ ଏହା ଲୋକଙ୍କ ସେବାରେ ଲାଗିବ । ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶ୍ରୀ ପାଣ୍ଡିଆନ୍‌ ନବନିଯୁକ୍ତ ଅଧିକାରୀଙ୍କ ସହିତ ସୌହାର୍ଦ୍ଦ୍ୟମୂଳକ ଆଲୋଚନା କରିଥିଲେ । ୫-ଟି କିଭଳି ଲୋକଙ୍କୁ ନୂଆ ଦିଗ୍‌ଦର୍ଶନ ଦେଇଛି ସେ ସମ୍ପର୍କରେ ବୁଝାଇଥିଲେ । ଏଥିସହିତ ମୋ
ସରକାର କିଭଳି ଲୋକଙ୍କ ସେବାରେ ଆସୁଛି ସେ ସମ୍ପର୍କରେ ଉଦାହରଣ ଦେଇ ସେମାନଙ୍କୁ ବୁଝାଇଥିଲେ । ନବନିଯୁକ୍ତ ଅଧିକାରୀ କସ୍ତୁରୀ ପଣ୍ଡା(ଓଏଏସ୍‌), ଭାନୁମତୀ ସେଠୀ(ଓଏଫ୍‌ଏସ୍‌), ଅନିମା ସୋରେନ୍‌(ଓଆରଏସ୍‌), ସୌମ୍ୟରଞ୍ଜନ ଭୋଇ ପ୍ରମୁଖ ଉଦ୍‌ବୋଧନ ଦେଇ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ କହିଥିଲେ ।

Leave A Reply

Your email address will not be published.