ଏଲନ୍‌ ମସ୍କଙ୍କୁ ପଛରେ ପକାଇବେ ଆଦାନୀ

0 68

ନୂଆଦିଲ୍ଲ : ବିଶ୍ୱ ଧନୀ ତାଲିକାରେ ତୃତୀୟ ସ୍ଥାନରେ ଥିବା ଆଦାନୀ ଏଣ୍ଟରପ୍ରାଇଜେସର ଅଧ୍ୟକ୍ଷ ଗୌତମ ଆଦାନୀ ଆଗାମୀ ଦିନରେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନକୁ ଯିବାର ସମ୍ଭାବନା ରହିଛି । ବର୍ତ୍ତମାନ ତାଲିକାର ଦ୍ୱିତୀୟ ସ୍ଥାନରେ ଟେସ୍‌ଲାର ସିଇଓ ଏଲନ ମସ୍କ ରହିଛନ୍ତି । ଏଲନ ମସ୍କଙ୍କୁ ପଛରେ ପକାଇ ଆଦାନି ଏହି ତାଲିକାରେ ଦ୍ୱିତୀୟ ସ୍ଥାନ ହାସଲ କରିବେ ବୋଲି ଆକଳନ କରାଯାଇଛି । ବ୍ଲୁମବର୍ଗ ବିଲିୟନେୟାର ସୂଚୀ ମୁତାବକ, ଆଦାନୀଙ୍କ ସମ୍ପତ୍ତି ବର୍ଷକରେ ୫୭.୫% ବୃଦ୍ଧି ହୋଇ ୧୦ ଲକ୍ଷ କୋଟି ଛୁଇଁଛି । ଏହି ଅବଧିରେ ଏଲନ ମସ୍କଙ୍କ ସମ୍ପତ୍ତି ୪୯.୫% ହ୍ରାସ ହୋଇ ୧୧.୩୪ ଲକ୍ଷ କୋଟିକୁ ହ୍ରାସ ହୋଇଛି । ଏବେ ମସ୍କ ଏବଂ ଆଦାନୀଙ୍କ ସମ୍ପତ୍ତି ମଧ୍ୟରେ ୧.୩୪ ଲକ୍ଷ କୋଟିର ପାର୍ଥକ୍ୟ ରହିଛି । ତେବେ ଆଦାନୀଙ୍କ ସମ୍ପତ୍ତିରେ ବୃଦ୍ଧି ଧାରା ଜାରି ଏବଂ ମସ୍କଙ୍କୁ ସମ୍ପତ୍ତି ଖସିଲେ ଆଦାନୀ ଆଗକୁ ଯିବାର ଢେର ସମ୍ଭାବନା ରହିଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ବ୍ଲମବର୍ଗ ପକ୍ଷରୁ ଏସିଆର ବ୍ୟସ୍ତ ବହୁଳ ଡିଲ୍‌ ମେକର ଆଖ୍ୟା ପାଇବା ସହ ଗୌତମ ଆଦାନୀ ଏହି ତାଲିକାରେ ଏସିଆର ପ୍ରଥମ ବ୍ୟକ୍‌ତି ଭାବେ ସ୍ଥାନତ ହୋଇଛନ୍ତି । ତେବେ ୨୦୨୨ରେ ଏଲନ ମସ୍କଙ୍କ ସମ୍ପତ୍ତି ୧୧ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି । ୧୩.୪ ଲକ୍ଷ କୋଟିଟଙ୍କାର ସମ୍ପତ୍ତି ସହ ବର୍ଣ୍ଣାଡ ଆରନଲ୍ଟ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିଭଳି ୨୦୦ ବିଲିୟନ ଡଲାର ସମ୍ପତ୍ତି ହ୍ରାସରେ ଏଲନ ମସ୍କ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି ।

Leave A Reply

Your email address will not be published.