ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପଚୁପ କଲା ଇଡି

0 88

ଭୁବନେଶ୍ୱର,୫ା୧(ଡିକେ ନ୍ୟୁଜ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜିବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି । ଇଡିର ଦୁଇଟି ଦଳ ଘରର ମାପ କରିଥିବା ଜଣାଯାଇଛି । ଏହି ଟିମ୍‌ରେ ଦୁଇ ଜଣ ଇଡି ଅଫିସରଙ୍କ ସହ ଦୁଇ ଜଣ ଅମିନ ଆଉ ଜଣେ ଟେକ୍ନିକାଲ ଅଫିସର ଥିଲେ । ଅନ୍ୟ ଏକ ଟିମ୍‌ରେ ଟିମ ସମ୍ପତ୍ତିର ମୂଲ୍ୟାୟନ ପାଇଁ ଆସିଥିଲେ । ଏହା ପୂର୍ବରୁ ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି । ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ମାତ୍ର ୫ ବର୍ଷ ମଧ୍ୟରେ ସେକ୍ସୋଟର୍ସନ ମାଧ୍ୟମରେ ବ୍ଲାକମେଲ୍‌ କରି କୋଟି କୋଟି ଟଙ୍କା ଅର୍ଜନ କରିଥିବା କୁହାଯାଉଛି । ଯେଉଁ ଟଙ୍କା ତିନି ଜଣଙ୍କ ଆକାଉଣ୍ଟକୁ ଆସିଛି ତାର କେଣସି ହିସାବ ମିଳୁନାହିଁ । ଅର୍ଥାତ୍‌ ବେଆଇନ ଭାବେ ଟଙ୍କା କାରବାର ହୋଇଥିବା ସନ୍ଦେହ ଘନୀଭୂତ ହେଉଛି । ତେଣୁ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଅନୁମତି ଦିଆଯାଉ । ଏଡଜୁକେଟିଙ୍ଗ୍‌ ଅଥରିଟି ଅନୁମତି ଦେବା ପରେ ଇଡି ୩ ଜଣଙ୍କ ସମ୍ପତ୍ତି ଆଟାଚ୍‌ କରିବା ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.