ବହୁରାଷ୍ଟ୍ରୀୟ ସଂସ୍ଥା ଡେଲଏଟ୍‌ ସେଣ୍ଟର ଉଦ୍‌ଘାଟିତ ଭୁବନେଶ୍ୱର ପାଲଟିଛି ଆଇଟି ହବ୍‌: ନବୀନ

0 74

ଭୁବନେଶ୍ୱର, ୬ା୧(ଡିକେ ନ୍ୟୁଜ): ଓଡିଶାରେ ଯୁବପିଢ଼ିଙ୍କ ଲାଗି ଖୋଲିଲା ସୁବର୍ଣ୍ଣ ସୁଯୋଗ । ରାଜଧାନୀରେ ଉଦ୍‌ଘାଟିତ ହୋଇଛି ବହୁରାଷ୍ଟ୍ରୀୟ କମ୍ପାନୀ ଡେଲଏଟ୍‌ର ଓଡିଶା ଶାଖା କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟର ଉଦ୍‌ଘାଟନ କରିଛନ୍ତି । ସତ୍ୟନଗରସ୍ଥିତ ୧୨ ତାଲା ବିଶିଷ୍ଟ ଆଇସିଓଏମ୍‌ସି ଇଣ୍ଟେଲିଜେଣ୍ଟ ସିଟି ଅପରେସନ ମ୍ୟାନେଜମେଣ୍ଟ ସେଣ୍ଟର କୋଠାର ୬ରୁ ୧୦ତାଲା ପର୍ଯ୍ୟନ୍ତ ୫ଟି ମହଲାରେ ଏହି କାର୍ଯ୍ୟାଳୟ ଖୋଲିବ । ସ୍ମାର୍ଟସିଟି ଲିମିଟେଡ୍‌ ଅଫିସ୍‌ ମଧ୍ୟ ୨ଟି ବିଲଡିଂରେ କାର୍ଯ୍ୟାଳୟ ଖୋଲିବ । ଭବାନୀ ମଲରେ ·ଲିଥିବା ସ୍ମାର୍ଟସିଟି ଅଫିସ ଏହି କୋଠାରୁ ପରି·ଳନା ହେବ । ସେହିଭଳି ବଳକା ମହଲାରେ ଖୁବ୍‌ଶୀଘ୍ର ବିଏମସି ଅଫିସ ଖୋଲିବ । ୨୦୧୮ମସିହାରେ ଆରମ୍ଭ ହୋଇଥିବା ଏହି ସୁଉଚ୍ଚ କୋଠା କାମ ୪ ବର୍ଷ ମଧ୍ୟରେ ସାରିଛି । ରାଜ୍ୟରେ ଡେଲଏଟର ଏହି କାର୍ଯ୍ୟାଳୟ ଖୋଲିବା ଫଳରେ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ମିଳିପାରିବ । ଏଠାରେ ପ୍ରତି ସିଫ୍ଟରେ ୫ଶହ ଲେଖାଏଁ ମୋଟ ୩ଟି ସିଫ୍ଟରେ ୧୫ଶହ କର୍ମ·ରୀ କାର୍ଯ୍ୟ କରିବେ । ଆଗକୁ ଏହି କୋଠାରେ ସ୍ମାର୍ଟସିଟି ଓ ବିଏମ୍‌ସି କାର୍ଯ୍ୟାଳୟ କାର୍ଯ୍ୟ କରିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ବେଙ୍ଗାଲୁରୁରେ ଆୟୋଜିତ ଇନଭେଷ୍ଟର୍ସ ମିଟ୍‌ ଡିଲଏଟର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ସକାରାତ୍ମକ ମତ ଦେଇଥିବା ବେଳେ ଏବେ ଏହା ପୂରଣ ହେବାକୁ ଯାଉଛି । ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣରେ ଆସିଥିବା ବହୁ କମ୍ପାନୀ ଆଗକୁ ଓଡ଼ିଶା ଆସି ନିଯୁକ୍ତି ସୃଷ୍ଟି କରିବେ ବୋଲି ମତାମତ ରଖିଛନ୍ତି । ଏଥିପାଇଁ ରାଜ୍ୟରେ ଭିତ୍ତିଭୂମି ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ କେମିତି ବଡ଼ ଆଇଟି କମ୍ପାନୀ ଓଡ଼ିଶା ଆସିବାକୁ ମନ ବଳାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଯାହାଦ୍ୱାରା ଆଇବିଏମ, ହାପିଏଷ୍ଟ ମାଇଣ୍ଡ୍ସ, ଇନ୍‌ଞ୍ଜ୍‌ଚର ଟେକ୍‌, ଇନୋଭେୟାର ଟେକ୍‌, ପର୍ଫମ୍ଲିଟିକ୍ସ, ଓପେକ୍ସ ଆମେରିକା, ବର୍ଣ୍ଣଟେକ୍‌, ଏଲଫୋଞ୍ଜ୍‌, ପିଡବ୍ଲ୍ୟୁସି, ୟୋଭାଣ୍ଟ ଆଣ୍ଡ ଚବ୍‌ ପରେ ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଓଡ଼ିଶାରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି । କାର୍ଯ୍ୟାଳୟ ଉଦ୍‌ଘାଟନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାର କାନ୍ତି ବେହେରା ଉପସ୍ଥିତ ଥିଲେ ।

Leave A Reply

Your email address will not be published.