ଓଃ ! କି ଶୀତ ପ୍ରବଳ ଜାଡ଼ରେ କଲବଲ

0 69

ଭୁବନେଶ୍ୱର, ୮ା୧(ଡିକେ ନ୍ୟୁଜ): ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା । ପାରଦ ଖସୁଥିବା ବେଳେ ପ୍ରବଳ ଶୀତର ଥରହର ଲୋକେ । ୨ ଡିଗ୍ରୀ ସହ ସବୁଠୁ ଥଣ୍ଡା ସହର ହୋଇଛି ସେମିଳିଗୁଡ଼ା । ଆହୁରି ବଢ଼ିବ ଶୀତ । କିଛି ଦିନ ଉଭାନ ହୋଇଯିବା ପରେ ରାଜ୍ୟକୁ ପୁଣି ଲେଉଟିଲା ଶୀତ । ଆଗାମୀ ୨ ଦିନ ଯାଏଁ ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରୀ ବୃଦ୍ଧି ସମ୍ଭାବନା ରହିଛି । ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ଶୀତ ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଆଦି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହର ବଢିବ । ଏସବୁ ସ୍ଥାନରେ ସ୍ୱାଭାବିକ ତାପମାତ୍ରାଠାରୁ ୪.୫ ଡିଗ୍ରୀ କମ୍‌ ରହିବା ସମ୍ଭାବନା ରହିଛି । ଗତକାଲି ୧୦ ଡିଗ୍ରୀ ତଳେ ୨୦ ସହର ଥିବାବେଳେ ଆଜି ୨ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା ଥିଲା । ସେପଟେ ସୁନ୍ଦରଗଡ଼ରେ ମଧ୍ୟ ୭ ଡିଗ୍ରୀକୁ ଖସିଆସିଛି ପାରଦ । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ତିନିଦିନ ହେଲା କୋହଲା ପାଗ ସହ ପାରଦ ଖସିବାରେ ଲାଗିଛି । ଶୀତ ପାଇଁ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ସେକି ହେଉଥିବା ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ବଣାଇରେ ମଧ୍ୟ ଶୀତ ଲହରୀ । ପ୍ରବଳ ଶୀତ ସହ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ଶୀତର ପ୍ରକୋପ ବଢ଼ୁଥିବାରୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ସେହିଭଳି ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି । ୪ ଦିନ ହେଲାଣି ପାରଦ ଖସିବା ସହିତ ହାଡ ଭଙ୍ଗା ଶୀତ ପଡୁଛି । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ଶୀତ ଯୋଗୁଁ ସଂଧ୍ୟା ସମୟରେ ଜନଶୂନ୍ୟ ହେଇପଡୁଛି । ରାସ୍ତାଘାଟ ଓ ବଜାରରେ ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡି ମଧ୍ୟ ରହୁଛି । ଅଧିକାଂଶ ସ୍ଥାନରେ ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ଜାଳି ବସିରହୁଛନ୍ତି ଲୋକେ । କିଛି ଦିନ ପରେ ପୁଣି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଆଜି ଶିମିଳିପାଳର କୁମାରୀରେ ତୁଷାରର ହାଲକା ଆସ୍ତରଣ ଦେଖିବାକୁ ମିଳିଛି । ଆଭ୍ୟନ୍ତରୀଣ ଶିମିଳିପାଳରେ ଥିବା ଉପର ବାର୍ହା କାମୁଡ଼ା, ଦେବସ୍ତଳୀ, ଜେନାବିଲ, ତାରାଣୀବିଲାରେ ପ୍ରବଳ ମାତ୍ରରେ ଶୀତ ଅନୁଭୂତ ହେଉଛି । ଶିମିଳିପାଳ ଅଭୟାରଣ୍ୟରେ ଥିବା ବିଭିନ୍ନ ଗାଁର ଅନେକ ସ୍ଥାନରେ ମଧ୍ୟ ତୁଷାରର ହାଲକା ଆସ୍ତରଣ ଦେଖିବାକୁ ମିଳିଛି । ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଛି । ହାଡ଼ ଭଙ୍ଗା ଶୀତ ସତ୍ୱେ ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି ବନଭିଭାଗ କର୍ମ·ରୀ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଆଜି ସକାଳୁ ସକାଳୁ ତୁଷାରପାତ ଦେଖିବାକୁ ମିଳିଛି । ଏହା ହେଉଛି ଚଳିତ ବର୍ଷର ପ୍ରଥମ ତୁଷାରପାତ । ଦାରିଙ୍ଗବାଡ଼ି ସମେତ ଗ୍ରୀନବାଡ଼ି, କୁତୁବାଡି, କିଲାବାଡ଼ି, କଫି ବଗି· ଆଦି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଏହି ସବୁ ଅଞ୍ଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ଏହି ହାଡ଼ଭଙ୍ଗା ଶୀତରେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇଛି । ତେବେ ପର୍ଯ୍ୟଟକମାନେ ତୁଷାରପାତ ଦେଖି ଖୁସି ହୋଇଛନ୍ତି । ୨୧ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ
ରହିଛି । କିରେଇରେ ୪.୪, ଜି ଉଦୟଗିରି ୪.୬, ଫୁଲବାଣୀ ୫, ରାଉରକେଲା ୬.୪, ସୁନ୍ଦରଗଡ଼ ୬.୫, କୋରାପୁଟ ୬.୫, ଝାରସୁଗୁଡ଼ା ୬.୬ ଓ ଦାରିଙ୍ଗବାଡ଼ିରେ ୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୭.୨, ଭବାନୀପାଟଣା ୭.୨, ଢେଙ୍କାନାଳ ୮ ଏବଂ ସୋନପୁରରେ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନୁଗୁଳ, ବାରିପଦା, ନବରଂଗପୁର ଏବଂ ସମ୍ବଲପୁରରେ ମଧ୍ୟ ୧୦ ଡିଗ୍ରୀ ତଳେ ରହିଛି ପାରଦ । ଭଦ୍ରକରେ ୯.୫, ହୀରାକୁଦରେ ୯.୬ ଏବଂ ବାଲେଶ୍ୱରରେ ୯.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କୋଲ୍ଡ ୱେଭ୍‌ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆସନ୍ତାକାଲି ପାଇଁ ୫ ଜିଲ୍ଲା ଏବଂ ୧୦ ତାରିଖ ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସଫଦରଜଙ୍ଗ ଅଞ୍ଚଳରେ ସବୁଠାରୁ କମ ତାପମାତ୍ରା ରେକର୍ଡ ହୋଇଛି । ଆୟାନଗରରେ ମଧ୍ୟ ସର୍ବନିମ୍ନ ତାପମାତ୍ରା ୨.୬ ଡିଗ୍ରୀ ରେକର୍ଡ ହୋଇଛି । ଏହି ସବୁ ଅଞ୍ଚଳ ସହ ଲୋଧିରୋଡ, ପାଲମରେ ପ୍ରବଳ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ସାରା ଦିଲ୍ଲୀରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ଘନ କୁହୁଡି ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କୁହୁଡିର ମାତ୍ରା ବୃଦ୍ଧି ପାଇଥିବାରୁ ଦିଲ୍ଲୀରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରାୟ ୨୦ଟି ବିମାନର ଉଡାଣ ବିଳମ୍ବ ହୋଇଥିଲା । ସେହିପରି ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ୪୮୦ରୁ ଅଧିକ ଟ୍ରେନର ଚଳାଚଳ ପ୍ରଭାବିତ ହୋଇଛି । ଆଗକୁ ଆହୁରି ୨ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡି ।

Leave A Reply

Your email address will not be published.