ଭୁବନେଶ୍ୱର, ୯ା୧(ଡିକେ ନ୍ୟୁଜ) : ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ସ୍ଥିତ ଆଲିସାନ ଘରକୁ ଆଜି ଆଟଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘରର ମୂଲ୍ୟ ୩ କୋଟି ୪୦ ଲକ୍ଷ ହେବ ବୋଲି ଇଡ଼ି ଆକଳନ କରିଛି । କିଛିଦିନ ତଳେ ସତ୍ୟବିହାର ଘରେ ଇଡି ଅଧିକାରୀ ପହଞ୍ôଚ ମାପଚୁପ କରିଥିଲେ । ଅର୍ଚ୍ଚନାଙ୍କ ଏହି ଘରେ ସବୁ କଳାକାରନାମା ହେଉଥିଲା । ବ୍ଲାକମେଲ ଟଙ୍କାରେ ଗଢି ଉଠିଥିଲା ଅର୍ଚ୍ଚନାଙ୍କ ଏହି ଆଲିସାନ ବଙ୍ଗଳା । ଏହି ଘରେ ରହିଛି ବିଭିନ୍ନ ପ୍ରକାରର ବିଦେଶୀ ଫର୍ଣ୍ଣିଚର ସମେତ ବହୁ ଦାମୀ ଆସବାବପତ୍ର । ବିଦେଶର ବିଭିନ୍ନ ସାମଗ୍ରୀରେ ଝଲସୁଛି ଘର । ଅନେକ ସମୟରେ ଏହି ବିଳାସପୂର୍ଣ୍ଣ ଘରକୁ ଆସୁଥିଲେ ବହୁ ବଡ଼ବଡ଼ିଆ । ଅତିଥିଙ୍କୁ ଆପ୍ୟାୟିତ କରିବାକୁ ଘରେ ରହିଥିଲା ଅନେକ ଦାମୀ ସାମଗ୍ରୀ । ଇଡିର ଜେରା ବେଳେ ଜାଗା କିଣିଥିବା ମାଲିକ ଏବଂ ଘରର ଇଣ୍ଟେରିୟର ଡ଼ିଜାଇନରଙ୍କୁ ଇଡି ପଚରାଉଚରା କରିଛି । କେତେ ଟଙ୍କାରେ ଅର୍ଚ୍ଚନା ଜାଗା କିଣିଥିଲେ, ଇଣ୍ଟେରିୟର ବାବଦରେ କେତେ ଖର୍ଚ୍ଚ ହୋଇଥିଲା, ବିଦେଶୀ ସାମଗ୍ରୀ କେତେ ଟଙ୍କାରେ କିଣାଯାଇଥିଲା ? ସେମାନଙ୍କୁ ପଚରାଯାଇଥିଲା । ଜେରା ସମୟରେ ଅର୍ଚ୍ଚନାଙ୍କ ଘର ବାବଦରେ ସମସ୍ତ ତଥ୍ୟ ଇଡି ହାତରେ ଲାଗିଥିବା ଜଣାଯାଇଛି । ସମ୍ପତ୍ତି ଆଟାଚ ପାଇଁ ଦିଲ୍ଲୀ ଇଡି ଅଫିସରୁ ଅନୁମତି ଅଣାଯାଇଥିଲା । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨୨୪୭ ସମ୍ୱଳିତ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଭୁବନେଶ୍ୱର ସେସନ୍ସ କୋର୍ଟରେ ସୋମବାର କେନ୍ଦ୍ରୀୟ ଏଜେନ୍ସି ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ନାଗ ନାଁ ଚାର୍ଜସିଟ୍ ଦାଖଲ କରିଛି । ଏଥିସହ ସହଯୋଗୀ ଖଗେଶ୍ୱର ପାତ୍ର ଏବଂ ଶ୍ରଦ୍ଧାଞ୍ଜଳି ବେହେରା ନାଁରେ ବି ଚାର୍ଜସିଟ୍ ଦାଖଲ କରାଯାଇଛି । ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ଗିରଫ ପରେ ଅ ।ର୍ଥିକ କାରବାର ନେଇ ଛାନ୍ଭିନ୍ କରୁଛି ଇଡି । ଏହିକ୍ରମରେ ପ୍ରଥମେ ଅର୍ଚ୍ଚନାଙ୍କୁ ଜେରା କରିଥିଲା ଇଡି । ପରେ ଜଗବନ୍ଧୁ ଓ ଖଗେଶ୍୍ୱରଙ୍କୁ ବି ଜେରା ହୋଇଥିଲା । ବାକି ଅର୍ଚ୍ଚନାଙ୍କ ସହିତ ଜଡିତ ଥିବା ଅନେକ ଲୋକଙ୍କ ଡାକି ମଧ୍ୟ ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟପକ୍ଷେ ଅର୍ଚ୍ଚନା ନାଗଙ୍କ ସଂପତ୍ତି ବ୍ୟାଜାପ୍ତି ପ୍ରକ୍ରିୟା ମଧ୍ୟ ଅ ।ରମ୍ଭ ହୋଇ ଯାଇଛି । ଗୁରୁବାରଠାରୁ ଅ ।ରମ୍ଭ ହୋଇଛି ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା । ଇଡିର ଏକ ଟିମ୍ ଯାଇ ସତ୍ୟବିହାର ସ୍ଥିତ ଘରେ ଅର୍ଚ୍ଚନା ଘର ଓ ଜମି ମପାଚୁପା କରିଥିଲା । ଏହାସହ ଘର ମୂଲ୍ୟ ଅ ।କଳନ କରାଯାଇଥିଲା । ଅର୍ଚ୍ଚନା ଘର ଓ ଜବତ ହୋଇଥିବା ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡି କୋର୍ଟକୁ ଲେଖିଛି । ଅ ।ସନ୍ତା ୧୩ ତାରିଖରେ ଏ ବାବଦରେ କୋର୍ଟରେ ଶୁଣାଣି ହେବାକୁ ଯାଉଛି ।