ସହରୀ ସେବାରେ ବଢୁଛି ମା’ଙ୍କ ଭାଗିଦାରୀ

0 82

ଭୁବନେଶ୍ୱର, ୯ା୧(ଡିକେ ନ୍ୟୁଜ) : ରାଜ୍ୟ ନଗର ଉନ୍ନୟନ ବିଭାଗରେ ମହିଳାଙ୍କ ଭାଗିଦାରି ବୃଦ୍ଧି ହେଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ ହଜାର
୬୯୧ ଟି ମିଶନ ଶକ୍ତି ଗ୍ରୁପ୍‌ ନଗର ଉନ୍ନୟନ ବିଭାଗ ସହିତ ଯୋଡ଼ି ହୋଇ ସାରିଥିବା ବେଳେ ବିଭିନ୍ନ କାର୍ଯ୍ୟ ପାଇଁ ୧୦୦ କୋଟି ଟଙ୍କା ପ୍ରୋତ୍ସାହନମୂଳକ ରାଶି ପାଇ ସାରିଛନ୍ତି । ରାଜ୍ୟ ସରକାର ସହରାଞ୍ଚଳ ପରିଚାଳନାରେ ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରିକୁ ଗୁରୁତ୍ୱ ଦେଉଛନ୍ତି । ଏହି ଦୁଇ ମଡେଲ୍‌କୁ ସହରାଞ୍ଚଳ ପରିଚାଳନାର ଦୁଇ ଅ ।ଖି ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଛନ୍ତି । ଏଥିପାଇଁ ମିଶନ ଶକ୍ତି ସଦସ୍ୟାଙ୍କୁ ବିଭିନ୍ନ କାର୍ଯ୍ୟରେ ଜଡ଼ିତ କରିବା ଓ ସକ୍ରିୟ ଅଂଶଗ୍ରହଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏହା ଦ୍‌୍ୱାରା ସହରାଞ୍ଚଳରେ ରାଜସ୍ୱ ବୃଦ୍ଧି ସହିତ ମହିଳାମାନଙ୍କ ଅ ।ର୍ଥିକ ଅଭିବୃଦ୍ଧି ଓ ସଶକ୍ତିକରଣ ହୋଇପାରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ନଗର ଉନ୍ନୟନ ବିଭାଗରେ ଜାରି ରହିଥିବା ବିଭିନ୍ନ ଫ୍ଲାଗସିପ୍‌ ଯୋଜନା, ଯଥା ମୁକ୍ତା, ଅ ।ହାର ଭଳି ଯୋଜନାରେ ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏଥିସହିତ ଏସ୍‌ଏଚ୍‌ଜି ସଦସ୍ୟାମାନେ ମଳ ପରିଚାଳନା କେନ୍ଦ୍ରର ମଧ୍ୟ ଦାୟିତ୍‌୍ୱ ନିର୍ବାହ କରି ସହରାଞ୍ଚଳ ପରିମଳ ବ୍ୟବସ୍ଥାର ବଡ଼ ଭାଗିଦାରୀ ସାଜିଛନ୍ତି । ସହରାଞ୍ଚଳ ଆଶ୍ରୟସ୍ଥଳୀ ପରିଚାଳନା ସାଙ୍ଗକୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଜଳାଶୟ ପୁନରୁଦ୍ଧାର, ଆହାର କେନ୍ଦ୍ର ପାଇଁ ଆଚାର ତିଅ ।ରି ଆଦି କାର୍ଯ୍ୟ ଜାରି ରଖିଛନ୍ତି । ଏହାସହିତ ବିଭିନ୍ନ ସହରାଞ୍ଚଳରେ ଏସଏଚ୍‌ଜିମାନେ ଜଳସାଥୀ ଭାବେ ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟ କରୁଛନ୍ତି । ଏହା ଦ୍‌୍ୱାରା ଏହି ସେବାରେ ଉନ୍ନତି ଆସିପାରିଛି । ଏହି କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଗୋଷ୍ଠୀ ସହଭାଗିତାକୁ ସହରାଞ୍ଚଳ ଶାସନ ବ୍ୟବସ୍ଥାର ଡିଏନ୍‌ଏ ଭାବେ ଗ୍ରହଣ କରାଯାଉଛି । ଏଥିପାଇଁ ରାଜ୍ୟର ୧୧୫ଟି ପୌରାଞ୍ଚଳରେ ମହିଳାଙ୍କ ସମ୍ପୃକ୍ତି ବୃଦ୍ଧି ହୋଇଥିବା ବେଳେ ସେମାନଙ୍କୁ ପାରଶ୍ରମିକ (ଇନ୍‌ସେନଟିଭ୍‌) ଭାବେ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି । ମିଶନ ଶକ୍ତି ଗ୍ରୁପ୍‌ ଇତି ମଧ୍ୟରେ ନଗର ଉନ୍ନୟନ ବିଭାଗର ଏକ ଭରସାଯୋଗ୍ୟ ମୂଲ୍ୟବାନ ସହଯୋଗୀ ଭାବେ ପରିଗଣିତ ହୋଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର ୧୬ ପ୍ରତିଶତ ଲୋକ ସହରାଞ୍ଚଳରେ ବସବାସ କରୁଛନ୍ତି । ଏହି ଲୋକମାନଙ୍କୁ ଶ୍ରେଷ୍ଠରୁ ଶ୍ରେଷ୍ଠତମ ସେବା ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ସହରାଞ୍ଚଳଗୁଡ଼ିକର କାୟା ପରିବର୍ତ୍ତନ କରାଯାଉଛି । ରାଜ୍ୟ ସରକାର ଗୋଷ୍ଠୀ ସହଭାଗିତାରେ ସହରାଞ୍ଚଳ ବିକାଶକୁ କ୍ଷୀପ୍ର କରିଥିବା
ବେଳେ ଓଡ଼ିଶା ଦ୍‌୍ୱାରା ଅ ।ରମ୍ଭ ହୋଇଥିବା ପ୍ରକଳ୍ପ ଏବେ ବିଶ୍‌ୱସ୍ତରରେ ଅନୂକରଣୀୟ ହୋଇପାରିଛି । ସବୁଠୁ ବଡ଼ କଥା ହେଉଛି ଯେ ଏହି ବିକାଶ କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀକୁ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗୀତା ମାଧ୍ୟମରେ କରାଯାଉଛି । ରାଜ୍ୟ ସରକାରଙ୍କ ଯୋଜନା ମାଧ୍ୟମରେ ମହିଳା ସ୍‌୍ୱୟଂ ସହାୟକ ଗୋଷ୍ଠୀ ଓ ଗରିବ ଲୋକଙ୍କ ସହଭାଗୀତା ବ଼ଢ଼ି ଚାଲିଥିବା ବେଳେ ବିକାଶ ପ୍ରକ୍ରିୟା ସହିତ ସେମାନଙ୍କର ଜୀବନଜୀବିକାରେ ଉନ୍ନତି ଅ ।ସିପାରିଛି । ଏ ରୂପାନ୍ତର ସମାଜର ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଅୟମାରମ୍ଭ କରିଛି ବୋଲି ବିଭାଗ ଦାବି କରିଛି ।

Leave A Reply

Your email address will not be published.