ଜାମୁକୋଳି ଗୋଶାଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଗାଈଗୋରୁଙ୍କ ଉତ୍ତମ ଯତ୍ନ ନେବାପାଇଁ ପରାମଶ

0 75

ଭୁବନେଶ୍ୱର,୨୧ା୧(ଡିକେ ନୁ୍ୟଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀର ଜାମୁକୋଳି ଅଞ୍ଚଳରେ ଥିବା ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ଗୋଶାଳା ପରିଦର୍ଶନ କରି ଗୋରୁମାନଙ୍କ ରକ୍ଷଣା ବେକ୍ଷଣ ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି । ଗାଈ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ କର୍ମ·ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଗାଈ ମାନଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା, ଦିଆ ଯାଉଥିବା ଗୋ-ଖାଦ୍ୟ ସବୁ ବୁଲି ଦେଖିଥିଲେ ଏବଂ କିଛି ଗାଈମାନଙ୍କୁ ଫଳ ଓ ପନିପରିବା ମଧ୍ୟ ଖାଇବାକୁ ଦେଇଥିଲେ । ଏକ ନବ ଜନ୍ମିତ ବାଛୁରୀକୁ ଦେଖି ମୁଖ୍ୟମନ୍ତ୍ରୀ ଏହାର ନାମ କଣ ବୋଲି ପ·ରି ଥିଲେ । ତାହାର ନାମ ଦିଆଯାଇ ନାହିଁ ବୋଲି ଜାଣିବା ପରେ ମୁଖ୍ୟମନ୍ତ୍ରୀ ତା’ର ନାମ ରଖିଥଲେ କ୍ରିଷ୍ଣା । ସୂଚନାଯୋଗ୍ୟ ଯେ ଜାମୁକୋଳି ଠାରେ ୨୦୧୮ ମସିହାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୫.୫ ଏକର ପରିମିତ ଜମିରେ ଏକ ଗୋଶାଳା ସ୍ଥାପନ କରାଯାଇଛି । ଏହାକୁ ୨୦.୫ ଏକର ପରିମିତ ଅଞ୍ଚଳକୁ ସମ୍ପ୍ରସାରିତ କରିବାକୁ ପ୍ରସ୍ତାବ ରହିଛି । ଏଥିରେ ବର୍ତ୍ତମାନ ୯୦୬ ଟି ଗାଈ ଗୋରୁ ଅଛନ୍ତି । ସହରର ବୁଲା ଗାଈ ଗୋରୁ ମାନଙ୍କୁ ମୁଖ୍ୟତଃ ଏଠାରେ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଗୋଶାଳା ପରିଦର୍ଶନ କରିଥିଲେ । ଭୁବନେଶ୍ୱର ମହାନଗର ନିଗମ ମେୟର, ଉତ୍ତର ବିଧାୟକ, ପୂର୍ବତନ ବିଧାୟକ, ମହାନଗର ନିଗମର କମିଶନର ପ୍ରମୁଖ ଉପସ୍ଥତ ଥିଲେ ।

Leave A Reply

Your email address will not be published.