ଓବିସି କମିଶନ ଆଇନରେ ସଂଶୋଧନ, ଏସଇବିସିରେ ଯୋଡ଼ିହେଲା ଆଉ ୨୨ଜାତି/ସଂପ୍ରଦାୟ

0 75

ଭୁବନେଶ୍ୱର,୨୧ା୧(ଡିକେ ନୁ୍ୟଜ): କେନ୍ଦ୍ର ସରକାରଙ୍କ ଓବିସି (ଅନ୍ୟାନ୍ୟ ପଛୁଆବର୍ଗ) ତାଲିକାରେ ଓଡ଼ିଶାର ଯେଉଁସବୁ ଜାତିଗୁଡ଼ିକ ସାମିଲ ଅଛି, ସେସମସ୍ତ ଜାତିକୁ ରାଜ୍ୟ ସରକାରଙ୍କ ଏସଇବିସି (ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ) ତାଲିକାରେ ସାମିଲ କରିବା ନିମନ୍ତେ ଓଡ଼ିଶା ପଛୁଆବର୍ଗ କମିଶନ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ ଓବିସି ତାଲିକାରେ ଥିବା ୨୨ଟି ଜାତିକୁ ରାଜ୍ୟ ସରକାରଙ୍କ ଏସଇବିସି ତାଲିକାରେ ସାମିଲ ନିମନ୍ତେ କ୍ୟାବିନେଟ୍ ଅନୁମତି ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୯ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍ବୈ ଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଭାରତର ସମ୍ବିଧାନର ଧାରା ୧୫(୪), ପଛୁଆବର୍ଗମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି । ଏହାସହିତ ରାଜ୍ୟର ଦୁର୍ବଳ ବର୍ଗଙ୍କ ଲୋକଙ୍କୁ ସମସ୍ତ ପ୍ରକାରର ଶୋଷଣରୁ ସୁରକ୍ଷା ଦେବା ପାଇଁ ଭାରତର ସମ୍ବିଧାନର ଧାରା ୪୬, ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି । ଏବେ ଓଡ଼ିଶାର ୨୨ଟଇ ଜାତି, ସମ୍ପ୍ରଦାୟ ଓ ଏହାର ସମାର୍ଥକ ଜାତିଗୁଡ଼ିକ ଭାରତ ସରକାରଙ୍କ ବିଭିନ୍ନ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ରାଜ୍ୟ ପାଇଁ ଓବିସି ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏସଇବିସି ତାଲିକାରେ ସାମିଲ ହୋଇପାରିନାହାନ୍ତି । ସେମାନଙ୍କୁ ରାଜ୍ୟ ସରକାରଙ୍କ ଏସଇବିସି ତାଲିକାରେ ସାମିଲ କରିବାର ଆବଶ୍ୟକତା ଥିବାରୁ ଓଡ଼ିଶା ରାଜ୍ୟ ପଛୁଆବର୍ଗ ଅଧିନିୟମ-୧୯୯୩ର ଧାରା -୯ର ଉପଧାରା-୩କୁ ଅନ୍ତଭୁକ୍ତ କରିବା ସମ୍ବନ୍ଧୀୟ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏହାଦ୍ୱରା ଅଧିକ ସଂଖ୍ୟକ ଜାତିକୁ ଏସଇବିସି ତାଲିକାଭୁକ୍ତ କରାଯାଇ ପାରିବ । ସେହିପରି ମାଲକାନଗିରି, ଯାଜପୁର ଓ ନୟାଗଡ଼ ଗ୍ରାମୀଣ ପାଇପ ଜଳ ଯୋଗାଣର ବୃହତ୍ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ଅ ନୁମୋଦନ କରିଛନ୍ତି । ଯାଜପୁରର ବରୀ ଓ କୋରୋଇ ବ୍ଲକରେ ୨ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ, ନୟାଗଡ଼ର ଦଶପଲ୍ଲା, ଗଣିଆ ଓ ନୂଆଗାଁରେ ୩ଟି ପାନୀୟଜଳ ପ୍ରକଳ୍ପ ଏବଂ ମାଲକାନଗିରି ଜିଲ୍ଲାର ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ୪ଟି ପ୍ରକଳ୍ପର ଚୂଡ଼ାନ୍ତ ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ସବୁ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ୨ବର୍ଷ ମଧ୍ୟରେ ଶେଷ ହେବ । ବାଲେଶ୍ୱର ଜିଲ୍ଲାର ପୁରୁଣା ଜାତୀୟ ରାଜପଥର ଜଳେଶ୍ୱର ବାଇ ପାସ୍ ଠାରୁ ଡି.ପି ପ୍ରାଇମେରୀ ସ୍କୁଲ ଛକ ମଧ୍ୟରେ ଗୋବରଘାଟ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ହାଇ ଲେଭଲ୍ ବ୍ରିଜ ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛି । ଏହି ବ୍ରିଜ ନିର୍ମାଣ ଦ୍ୱାରା ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ମ୍ୟୁନିସିପାଲିଟି ଠାରୁ ଜଳେଶ୍ୱର
ବ୍ଲକ୍ର ରାଇବଣିଆ ଏବଂ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ମଧ୍ୟରେ ଗମନାଗମନ ସୁବିଧା ସହିତ ଉଭୟ ଜିଲ୍ଲାର ଜନସାଧାରଣଙ୍କ ଆର୍ଥିକ ଉନ୍ନତିରେ ଏହା ସହାୟକ ହେବ । ମୁଖ୍ୟମନ୍ତ୍ରୀ ଏହି ହାଇ ଲେଭଲ୍ ବ୍ରିଜ୍ ନିର୍ମାଣ ପାଇଁ ୧୦୧ କୋଟି ୬୬ ଲକ୍ଷ ଟଙ୍କା ଅନୁମୋଦନ କରିବା ସହିତ ୩୬ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାଙ୍ଗିରିପୋଷୀ ବିଧାୟକ ସୁଦାମ ମାରାଣ୍ଡି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ମୋରଡା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ଏସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଓ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଦିପ୍ତିଲତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହାସହିତ ଜିଏସଟି, ବାଣିଜ୍ୟକର, ଡାଟା ଏଣ୍ଟି୍ର ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ, ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମ·ରୀ ନିଯୁକ୍ତି ଅଧିନିୟମରେ ସଂଶୋଧନ, ଓଜେଏସ୍ ଓ ଓଏସଜେଏସ୍ ସେବା ଅଧିନିୟମରେ ସଂଶୋଧନ, ଓଡ଼ିଶା ଗ୍ରୁପ୍-ବି କର୍ମ·ରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ ସମେତ ଖଣି, ଭୂତ ସେବା ନିଦେ୍ର୍ଦଶାଳୟର ୫ଟି କ୍ୟାଡ଼ର ନିଯୁକ୍ତିରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.